ପୂର୍ବତନ ସାଂସଦ ଓ ବିଧାୟକ ବିଜେଡ଼ିରୁ ସସପେଣ୍ଡ

ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ିର ଆକ୍ସନ

ଭୁବନେଶ୍ୱର, ୦୬/୦୪: ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ପୁଣି ବଡ଼ କାର୍ଯ୍ୟାନୁଷ୍ଠାନ। ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି।

ନିଲମ୍ବନ ପରେ ମୁକ୍ତିକାନ୍ତ ମଣ୍ଡଳ କହିଛନ୍ତି, କାହିଁକି ସସ୍‌ପେଣ୍ଡ୍‌ କରାଗଲା ମୁଁ ଜାଣିନି। ମୁଁ କୌଣସି ପ୍ରକାର ଦଳବିରୋଧୀ କାର୍ଯ୍ୟ କରିନାହିଁ। ସରପଞ୍ଚରୁ ମୋର ରାଜନୈତିକ କ୍ୟାରିୟର ଆରମ୍ଭ। କେହି ଅସହିଷ୍ଣୁ ବ୍ୟକ୍ତିବିଶେଷ କିଛି ରିପୋର୍ଟ କରିଥାଇ ପାରନ୍ତି।