ବିଜେପିର ୪୭ତମ ସ୍ଥାପନା ଦିବସ ଅବସରରେ ରାଜ୍ୟ କାର୍ଯ୍ୟାଳୟଠାରେ ‘ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ’ ଅନୁଷ୍ଠିତ
• ବିଜେପିର ଐତିହାସିକ ବିକାଶ ଯାତ୍ରାକୁ ନେଇ ପ୍ରଦର୍ଶନୀ ଅନୁଷ୍ଠିତ। • ବିଶିଷ୍ଟ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ।
୪ ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
ଭୁବନେଶ୍ୱର, ୦୬/୦୪: “ସମାଜର ଅନ୍ତିମ ଧାଡିରେ ଠିଆ ହୋଇଥିବା ବ୍ୟକ୍ତିର ଉତ୍ଥାନ ପାଇଁ ତାଙ୍କ ପାଖରେ ବିକାଶ ଓ ସୁବିଧା ପହଂଚାଇବା ଆମର ଲକ୍ଷ୍ୟ” ବୋଲି ପଣ୍ଡିତ ଦୀନଦୟାଲ ଉପଧ୍ୟାୟଜୀ କହିଛନ୍ତି । “ଉଠ ମୋର ଦେଶବାସୀ, ନ୍ୟାୟ ଏବଂ ରାଷ୍ଟ୍ରର ଐତିହ୍ୟର ସୁରକ୍ଷା ପାଇଁ ଉଠ” ବୋଲି ପ୍ରତିଷ୍ଟାତା ସଭାପତି ଡା.ଶ୍ୟାମାପ୍ରସାଦ ମୁଖାର୍ଜୀ କହିଛନ୍ତି । “ମୋ ଜୀବନର ସବୁଠାରୁ ବଡ ସମ୍ମାନ ଏହା କି ଯେ କି ମୁଁ ବିଜେପିର ଜଣେ କାର୍ଯ୍ୟକର୍ତ୍ତା; କାର୍ଯ୍ୟକର୍ତ୍ତା ହିଁ ସଂଗଠନର ପ୍ରାଣ ଶକ୍ତି ଅଟନ୍ତ”ି ବୋଲି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ କହିଛନ୍ତି । “ଏକ ମଜବୁତ ରାଷ୍ଟ୍ର ପାଇଁ ପ୍ରତ୍ୟେକ ନାଗରିକର ଚରିତ୍ର ମଜବୁତ ହେବା ଆବଶ୍ୟକ” ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହାଜୀ କହିଛନ୍ତି । “ରାଜନୀତି କେବଳ ପଦବୀ ନୁହେଁ, ଏହା ଏକ ଉତ୍ତରଦାୟୀତ୍ୱ” ବୋଲି ବର୍ତ୍ତମାନର ରାଷ୍ଟ୍ରୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବୀନ କହିଛନ୍ତି । ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ଏଭଳି ମହତ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଚରିତାର୍ଥ କରି ଏବଂ ‘ସଂକଳ୍ପରୁ ସିଦ୍ଧି ମୂଳମନ୍ତ୍ର’କୁ ଆଧାର କରି ଆଜି ଆମେ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବରେ ପ୍ରତିପାଦିତ କରିବା ସହିତ ୪୭ ବର୍ଷରେ ପଦାର୍ପଣ କରିଛୁ । ବିଜେପିର ଏହି ୪୭ ବର୍ଷର ବିକାଶ ଯାତ୍ରାରେ ୧୨ ଜଣ ରାଷ୍ଟ୍ରୀୟ ସଭାପତି ଏବଂ ୯ ଜଣ ରାଜ୍ୟ ସଭାପତିଙ୍କ ବଳିଷ୍ଠ ନେତୃତ୍ୱ ଉଭୟ କେନ୍ଦ୍ର ଓ ରାଜ୍ୟରେ ସଂଗଠନକୁ ସଶକ୍ତ କରିଛି । ପ୍ରଥମ ଥର ପାଇଁ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୩ ଥରର କେନ୍ଦ୍ର ସରକାର ଏବଂ ୨୦୧୪ ମସିହାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ପର୍ଯ୍ୟନ୍ତ ୧୨ ବର୍ଷର କେନ୍ଦ୍ର ସରକାର ଭାରତ ବର୍ଷକୁ ‘ନୂତନ ଭାରତ’ ଭାବେ ଗଢି ତୋଳିଛନ୍ତି । “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”ର ମନ୍ତ୍ରକୁ ଗୁରୁତ୍ୱ ଦେଇ ଦେଶକୁ ଆତ୍ମନିର୍ଭରଶୀଳ କରିବାର ସଂକଳ୍ପକୁ ସିଦ୍ଧିରେ ପରିଣତ କରିବାର ପଣ ନେଇଛନ୍ତି । କୁଟନୈତିକ ସ୍ତରରେ ସଫଳତା ସହ ମୁକାବିଲା କରି ବିଶ୍ୱଗୁରୁ ପଥେ ଆଗେଇ ଚାଲିଛି ଭାରତବର୍ଷ । ବୈଶ୍ୱିକ ସଂକଟ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ “ସଂକଟରୁ ସମ୍ଭାବନା ଏବଂ ସମ୍ଭାବନାରୁ ସୁଯୋଗ”କୁ ସଫଳ ଭାବେ ରୂପାନ୍ତରିତ କରିଛି ବିଜେପି ସରକାର । ଅନ୍ତ୍ୟୋଦୟକୁ ମୁଳ ଆଧାର କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ସଫଳ କାର୍ଯ୍ୟାନ୍ୱୟନ କରାଯାଇଛି । ସେହିପରି ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗତ ୨୧ ମାସରେ ଅନେକ ଯୁଗାନ୍ତକାରୀ ଯୋଜନାର ସଫଳ ରୂପାୟନ କରାଯାଇଛି । ଅଗାମୀ ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ । ଏହା ହିଁ ହେଉଛି ବିଜେପିର ଐତିହାସିକ ବିକାଶ ଯାତ୍ରା ।
୪୭ତମ ସ୍ଥାପନା ଦିବସ ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ବିଜେପିର ଐତିହାସିକ ବିକାଶ ଯାତ୍ରାକୁ ନେଇ ଅୟୋଜିତ ପ୍ରଦର୍ଶନୀକୁ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମୀର ମହାନ୍ତି ଉଦଘାଟନ କରିଥିଲେ ।
ଏହି ଅବସରରେ ରାଜ୍ୟ ବିଜେପିରେ ପ୍ରତିଷ୍ଠାତା ଉପସଭାପତି ଅଧିବକ୍ତା ଦୁର୍ଗାଚରଣ ମହାନ୍ତି, ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନ ବଳରେ ଗିରଫ ହୋଇ କାରାବରଣ କରିଥିବା କୃଷ୍ଣ କେଶବ ମିଶ୍ର ଓ ପ୍ରକାଶ ମହାନ୍ତି, ଏବଂ ଅଧିବକ୍ତା ପ୍ରଦୀପ ପଟ୍ଟନାୟକ ପ୍ରମୁଖ ୪ ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ବିଶିଷ୍ଟ ଓ ପ୍ରଖ୍ୟାତ କଳାକାର ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତଙ୍କ ଦ୍ୱାରା ସଂଗୀତ ପରିବେଷଣ ଏବଂ କୁନି କୁନି ପିଲାଙ୍କ ଦ୍ୱାରା ବିଜେପିର ଐତିହାସିକ ବିକାଶ ଯାତ୍ରାକୁ ନେଇ ନୃତ୍ୟଗୀତ ଓ ଫ୍ୟାନ୍ସି ଡ୍ରେସ ପରିବେଷଣ କରାଯାଇଥିଲା ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୀମାଂଚଳ ଖଟେଇ, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ବରିଷ୍ଠ ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବାବେଳେ ରାଜ୍ୟ ସଂପାଦିକା ଶ୍ରୀମତୀ ପିଙ୍କି ପ୍ରଧାନ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଡ.ଅରୁଣ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।