ନୂଆଦିଲ୍ଲୀରେ ଖଲିପୁର ରହମାନ

ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ସାକ୍ଷାତ କରିବେ

ନୂଆଦିଲ୍ଲୀ, ୦୮/୦୪: ନୂଆଦିଲ୍ଲୀରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଖଲିପୁର ରହମାନ। ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଖଲିପୁର ରହମାନ। ଖଲିପୁର ରହମାନ ଗତ କାଲି NSA ଅଜିତ ଡୋଭାଲଙ୍କ ଘରେ ଡିନର କରିଥିଲେ।

ଡିନର କାଳରେ ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କରେ ସୁଧାର ନେଇ ଚର୍ଚ୍ଚା ହେଉଛି। ରହମାନ ଆଜି ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ସାକ୍ଷାତ କରିବେ। ରହମାନଙ୍କର ଏହି ଗସ୍ତରୁ ପାରସ୍ପରିକ ସଂପର୍କରେ ବୃଦ୍ଧି ନେଇ ଆଶା କରାଯାଉଛି।

ଭାରତର ହାଇକମିଶନର ପ୍ରଣୟ ବର୍ମା ସୋମବାର ଦିନ ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସେ ନୂଆଦିଲ୍ଲୀ ଏବଂ ଢାକା ମଧ୍ୟରେ ସମ୍ପର୍କ ଉପରେ ଆଲୋଚନା କରିଥିଲେ। ଯେଉଁଥିରେ ଦୁଇ ଦେଶର ଜାତୀୟ ବିକାଶ ପ୍ରାଥମିକତା ସହିତ ସଂଯୁକ୍ତ ଅନେକ କ୍ଷେତ୍ରରେ ଲୋକ-କୈନ୍ଦ୍ରିକ ସହଯୋଗ ଉପରେ ଧ୍ୟାନ ଦିଆଯାଇଥିଲା।