କର୍ତ୍ତବ୍ୟ ନିଷ୍ଠ ସୁଦକ୍ଷ କର୍ମୀ ଅନୁଷ୍ଠାନର ସମ୍ପଦ: ଡଃ ତିରୁପତି ପାଣିଗ୍ରାହୀ

ହାଇଟେକ ମେଡିକାଲର ଡାକ୍ତର ଓ ଷ୍ଟାଫ୍ ମାନଙ୍କୁ ସମ୍ବର୍ଦ୍ଧିତ କଲେ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ

ଭୁବନେଶ୍ୱର, ୦୮/୦୪: ହାଇଟେକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଓଡିଶାର ସର୍ବ ପ୍ରଥମ ଘରୋଇ ହସ୍ପିଟାଲ ଭାବରେ ସମଗ୍ର ଓଡିଶା ଓ ଭାରତରେ ସୁଖ୍ୟାତି ଅର୍ଜନ କରିବାରେ ଲାଗିଛି।‌ ଓଡ଼ିଶାରେ ସ୍ୱାସ୍ଥ୍ୟଶିକ୍ଷା ଚିକିତ୍ସା ଓ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିଥିବା ଅନୁଷ୍ଠାନର ସୁଦକ୍ଷ ଚିକିତ୍ସାବିତ, ପାରାମେଡିକାଲ ଷ୍ଟାଫ, ନର୍ସିଙ୍ଗ ଷ୍ଟାଫ, ଫାର୍ମାସିଷ୍ଟ ସମସ୍ତେ ଅନୁଷ୍ଠାନକୁ ସମୁଜ୍ବଳ କରିବାରେ ଲାଗିଛନ୍ତି। ବିଶେଷ କରି ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ହୃଦବକ୍ଷଶଲ୍ୟ ଚିକିତ୍ସା ବିଭାଗର ସୁଦକ୍ଷ ଚିକିତ୍ସାବିତ ପ୍ରଫେସର ଡାକ୍ତର ରିତେଶ କୁମାର ଆଚାର୍ଯ୍ୟ, ସହଯୋଗୀ ପ୍ରଫେସର ଡାକ୍ତର ସ୍ମୃତି ପ୍ରକାଶ ସାହୁ ବିଶେଷ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ସମାଜର ପ୍ରତିଟି ବର୍ଗର ଲୋକଙ୍କ ପାଖରେ ଆଦରର ପାତ୍ର ହେବାରେ ଲାଗିଛନ୍ତି। ଏଥିପାଇଁ ହାଇଟେକ ଗ୍ରୁପ୍ରର ଅଧକ୍ଷ ଡଃ ତିରୁପତି ପାଣିଗ୍ରାହୀ ସମ୍ବର୍ଦ୍ଧନା କରିବା ସହିତ କହିଥିଲେ ଯେ, ପ୍ରତ୍ୟେକ ଅନୁଷ୍ଠାନର ସୁଦକ୍ଷ ଏବଂ କର୍ମଯୋଗୀ କର୍ମଚାରୀମାନଙ୍କ ପାଇଁ ଅନୁଷ୍ଠାନ ସ୍ଵର୍ଣ୍ଣମୟ ହୋଇଥାଏ ଏବଂ ସେମାନେହିଁ ଅନୁଷ୍ଠାନର ସମ୍ପଦ ଓ ମୂଳପୁଞ୍ଜି। ଏହି ଅବସରରେ ହାଇଟେକ ମେଡିକାଲ କଲେଜ ଏବଂ ହସ୍ପିଟାଲର ଟ୍ରଷ୍ଟି ତଥା ନିର୍ଦ୍ଦେଶିକା ମଧୁସ୍ମିତା ତ୍ରିପାଠୀ ଯୋଗ ଦେଇ ସମସ୍ତ ଡାକ୍ତର ଏବଂ ଷ୍ଟାଫ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ମେଡିକାଲ ସୁପରିଟେଣ୍ଡେଣ୍ଟ ଡ଼କ୍ଟର ରବିଦ୍ରନାଥ ବେହେରା, ଡେପୁଟି ସୁପରିଟେଣ୍ଡେଣ୍ଟ ଡ଼କ୍ଟର ଚନ୍ଦନ ସାମନ୍ତରାୟ ଆଗାମୀ ଦିନରେ ସମସ୍ତେ ମେଡିକାଲର କାର୍ଯ୍ୟ ପ୍ରଣାଳୀକୁ ମନଯୋଗ ସହକାରେ ସେବା ଯୋଗାଇ ଦେବାରେ ପ୍ରତିଶୃତି ବଦ୍ଧତାକୁ ଦୃଢତାର ସହିତ କାର୍ଯ୍ୟ କରିବେ ବୋଲି କହିଥିଲେ।