୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟିଂ ଜାରି

ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫.୩ କୋଟି ଭୋଟର

ନୂଆଦିଲ୍ଲୀ, ୦୯/୦୪: ଆଜି ଆସାମ, କେରଳମ୍ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି

ସକାଳ ୧୧ଟା ସୁଦ୍ଧା ଆସାମରେ ୩୮.୯୨%, କେରଳମ୍ ରେ ୩୩.୨୮% ଓ ପୁଡୁଚେରୀରେ ୩୭.୦୬% ମତଦାନ ହୋଇଛି।

କେରଳମ୍ ରେ ୧୪୦ଟି ଆସନ, ଆସାମରେ ୧୨୬ଟି ଆସନ ଏବଂ ପୁଡୁଚେରୀରେ ୩୦ଟି ଆସନ ପାଇଁ ଏକକ ପର୍ଯ୍ୟାୟରେ ମତଦାନ ହେଉଛି। ପାଖାପାଖି ୫.୩ କୋଟି ଭୋଟର ଆଜି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି।

ଆସାମରେ ବିଜେପି ନେତୃତ୍ୱାଧୀନ NDA ଏବଂ କଂଗ୍ରେସ ମଧ୍ୟରେ ମୁଖ୍ୟ ଲଢ଼େଇ ହେଉଥିବା ବେଳେ କେରଳରେ ବିଜେପି, ଶାସକ ବାମପନ୍ଥୀ ମେଣ୍ଟ (LDF) ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ସମସ୍ତ ତିନୋଟି ରାଜ୍ୟର ନିର୍ବାଚନ ଫଳାଫଳ ମେ ୪, ୨୦୨୬ ରେ ଘୋଷଣା କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଭୋଟରଙ୍କୁ, ବିଶେଷ କରି ଯୁବ ଓ ମହିଳା ଭୋଟରଙ୍କୁ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ଆହ୍ୱାନ ଦେଇଛନ୍ତି।