ଭୁବନେଶ୍ୱର, ୦୯/୦୪: ଆସନ୍ତା ୧୦ ତାରିଖରେ ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ।
ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ମାନେ ଉପସ୍ଥିତ ରହିବେ। ଆସନ୍ତା କ୍ୟାବିନେଟରେ ୭ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିପାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ। କ୍ୟାବିନେଟରେ ନୂଆ ପଞ୍ଚାୟତ ନୀତିର ପ୍ରସ୍ତାବ ଉପସ୍ଥାପନ ହୋଇପାରେ। ପାନୀୟ ଜଳ ଯୋଗାଣର ପରିଚାଳନା ନେଇ ନୂଆ ନୀତି ଆସିପାରେ।