ମାନସ ମଙ୍ଗରାଜ ବିଜେଡି ସଂସଦୀୟ ଦଳ ନେତା

ସୁଲତା ଦେଓଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର, ୧୩/୦୪: ମାନସ ରଞ୍ଜନ ମଙ୍ଗରାଜ ହେଲେ ବିଜେଡି ସଂସଦୀୟ ଦଳ ନେତା। ସୁଲତା ଦେଓଙ୍କୁ ବିଜେଡି ସଂସଦୀୟ ଦଳ ଉପନେତା ସହ ମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି।

ଉଭୟଙ୍କ ଚୟନକୁ ଅନୁମୋଦନ ଦେବାକୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।

ଗତ କିଛି ଦିନ ପୂର୍ବରୁ ସାଂସଦ ସସ୍ମିତ ପାତ୍ର ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ। ନବୀନ ପଟ୍ଟନାୟକ ତାଙ୍କ ଇସ୍ତଫା ପତ୍ରକୁ ଅନୁମୋଦିତ କରିଥିଲେ।