ଆସନ୍ତା କାଲି ପବିତ୍ର ଅକ୍ଷୀତୃତୀୟା

ବରଗଡ ଜିଲ୍ଲା ଅତାବିରାର ଚକୁଳିଆ ଫାର୍ମରେ ଅକ୍ଷିମୁଠି ଅନୁକୁଳ କରିବେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ

ଭୁବନେଶ୍ୱର, ୧୯/୦୪: ଆସନ୍ତା କାଲି ପବିତ୍ର ଅକ୍ଷୀତୃତୀୟା । ମାନ୍ୟବର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଆସନ୍ତା କାଲି ବରଗଡ ଜିଲ୍ଲା ଚକୁଳିଆ ଫାର୍ମରେ ଅକ୍ଷିମୁଠି ଅନୁକୁଳ କରିବେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ବରଗଡ ଜିଲ୍ଲା ଗସ୍ତ କରିଛନ୍ତି । ପୂର୍ବାହ୍ନ ୯ଟାରେ ଅନୁଷ୍ଠିତ ଅକ୍ଷିମୁଠି ଅନୁକୁଳ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ରାଜ୍ୟ ସଭାପତି ଶ୍ରୀ ସାମଲ ପୂର୍ବାହ୍ନ ୧୦ ଟାରେ ଅତାବିରାଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେବେ । ଏହି ଅବସରରେ ଦଳୀୟ ନେତୃବୃନ୍ଦ ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଗ ଦେବେ ।