ଭାରତ-କୋରିଆ ସମ୍ମିଳନୀରେ ଚୁକ୍ତି ସ୍ୱାକ୍ଷରିତ

ଢେଙ୍କାନାଳରେ ହେବ JSW-ପୋସ୍କୋ ପ୍ରକଳ୍ପ

ଭୁବନେଶ୍ୱର, ୨୧/୦୪: ନୂଆଦିଲ୍ଲୀରେ ଭାରତ-କୋରିଆ ସମ୍ମିଳନୀରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସରକାରୀ ଓ ପୋସ୍କୋର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଚୁକ୍ତି ହୋଇଛି। ବାର୍ଷିକ ୬ ମିଲିଅନ ଟନ୍‌ ସମ୍ମିଳିତ ଇସ୍ପାତ କାରଖାନା ହେବ। ଇସ୍ପାତ କାରଖାନାରେ ଫ୍ଲାଟ୍‌ ଷ୍ଟିଲ ଉତ୍ପାଦନ ହେବ।

ଏ ସମ୍ପର୍କରେ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ସୂଚନା ଦେଇ କହିଛନ୍ତି, JSW ଓ ପୋସ୍କୋ ସହ ଏନେଇ ଚୁକ୍ତିନାମା ହୋଇଛି। ଆମ ହାତରେ ଏବେ ୨ଟି ଷ୍ଟିଲ ପ୍ଲାଣ୍ଟ ଅଛି। ୫ ମିଲିୟନରେ କେନ୍ଦୁଝରରେ ପ୍ଲାଣ୍ଟ, ୬ ମିଲିୟନରେ ପ୍ଲାଣ୍ଟ ଢେଙ୍କାନାଳରେ ହେବ। ଢେଙ୍କାନାଳରେ ୧୦୦ ଏକର ଜମି ଅଛି, ଆହୁରି ଆବଶ୍ୟକ ପଡ଼ିପାରେ। ଆବଶ୍ୟକ ଜମି ରାଜ୍ୟ ସରକାର ଯୋଗାଇ ଦେବେ। ଏହା ସହ ଅନୁମତି ଓ କ୍ଲିୟରାନ୍ସ ଠିକ୍‌ ସମୟରେ ଉପଲବ୍ଧ କରାଯିବ।