ଭୁବନେଶ୍ୱର, ୨୧/୦୪: ଏଥର ଖରା ଛୁଟିରେ ପିଲାଙ୍କୁ ହ୍ବାଟ୍ସଆପ୍ରେ ସମର ଲର୍ଣ୍ଣିଂ ବ୍ୟବସ୍ଥା କରିବା ପାଇଁ ଓସେପାର ନିର୍ଦ୍ଦେଶ। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗ୍ରୀଷ୍ମ ଛୁଟିରେ ଶିକ୍ଷା କାର୍ଯ୍ୟକଳାପ ଜାରି ରଖିବା ପାଇଁ ଓସେପାର ଚିଠି।
ବାପା ମାଆଙ୍କ ହ୍ୱାଟ୍ସଆପ୍ ଜରିଆରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍ମେଣ୍ଟ। ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆସନ୍ତା ୨୫ ସୁଦ୍ଧା ହ୍ବାଟ୍ସଆପ ଗ୍ରୁପ୍ ପାଇଁ ଚିଠିରେ ଉଲ୍ଲେଖ ରହିଛି।