କେନ୍ଦ୍ରାପଡ଼ା, ୨୨/୦୪: କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ। ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଇଂରାଜୀ ସାର୍ ଗିରଫ। ଘରକୁ ଟିଉସନ୍ ଡାକି ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି।
କୁଦାନଗରୀ ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ରଖି ବ୍ଲାକମେଲ୍ କରିଥିବା ମଧ୍ୟ ଅଭିଯୋଗରେ କୁହାଯାଇଛି। ଏହା ପରେ ସରକାରୀ ସ୍କୁଲର ଅଭିଯୁକ୍ତ ଇଂରାଜୀ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ। ଅଧିକ ପଚରାଉଚରା କରିବା ସହ ତଦନ୍ତ ଆଗକୁ ବଢ଼ାଇଛି।