ଭୁବନେଶ୍ୱର, ୨୨/୦୪: ରାସ୍ତା ମଝିରେ ଜଳିଗଲା ଟ୍ରକ୍। ପଳାଶୁଣି ବ୍ରିଜ୍ ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍। ବାଧାପ୍ରାପ୍ତ ହେଲା ଯାତାୟତ। ପ୍ରାୟ ୧ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିବା ସୂଚନା ମିଳିଛି। ରାସ୍ତାରେ ଯାଉଥିବା ବେଳେ ହଠାତ୍ ନିଆଁ ଲାଗିଥିବା ସୂଚନା। ଅଗ୍ନିକାଣ୍ଡ ଯୋଗୁଁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି। ତେଣୁ ଜାମ୍ ପାଇଁ ଅଟକି ରହିଛି ଶହ ଶହ ଗାଡ଼ି। ଭୁବନେଶ୍ୱର ଓ କଟକ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକ ଡ୍ରାଇଭର ଓ ହେଲପର। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ,ନ ଥିବା ବେଳେ ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ କରାଯାଇଛି।