ଆଜି ଭାରତ ବନ୍ଦ

ଓଡ଼ିଶାରେ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ୱର, ୨୩/୦୪: ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଭିଯୋଗରେ ଆଜି ଭାରତ ବନ୍ଦ ପାଳନ କରାଯାଉଛି। ଭାରତ ମୁକ୍ତି ମୋର୍ଚ୍ଚା, ST/SC, OBC ମୁକ୍ତିମୋର୍ଚ୍ଚା ପକ୍ଷରୁ ବନ୍ଦ ପାଳନ କରାଯାଉଛି। ମଜବୁତ ୟୁଜିସି ବିଲ୍‌ ଲାଗୁ କରିବା ଦାବିରେ ବନ୍ଦ ଡାକରା ଦିଆଯାଇଛି।

ଓଡ଼ିଶାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବଲାଙ୍ଗିର ସହରରେ ଭାରତ ବନ୍ଦ ପାଳନର ପ୍ରଭାବ ଅନୁଭୂତ ହୋଇଛି। ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ପିକେଟିଂ ଆରମ୍ଭ କରିଛନ୍ତି। ଜିଲ୍ଲା ମୁଖ୍ୟ ଡାକଘରକୁ ବନ୍ଦ କରିବା ସହ ଗାଡ଼ି ମୋଟର ଅଟକାଇଛନ୍ତି ଆନ୍ଦୋଳନକାରୀ।

ଜାତୀୟ ଜନଗଣନାରେ ଓବିସି ପାଇଁ ବିକ୍ଷୋଭକାରୀମାନେ ଏକ ପୃଥକ ସ୍ତମ୍ଭ ଦାବି କରୁଛନ୍ତି ଏବଂ ପଛୁଆ ବର୍ଗଙ୍କୁ ପ୍ରଭାବିତ କରୁଥିବା ନୀତି ବିରୁଦ୍ଧରେ ବିରୋଧ କରୁଛନ୍ତି।