ଆଜିର ତାରିଖ ୨୩ ଏପ୍ରିଲ ୨୦୨୬
ଅପ୍ରେଲ ୨୩ ତାରିଖକୁ ସାରା ବିଶ୍ୱରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ (World Book and Copyright Day) ଭାବେ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ପଠନ ଅଭ୍ୟାସକୁ ପ୍ରୋତ୍ସାହନ ଦେବା। ବହିର ମହତ୍ତ୍ୱ ଓ ପ୍ରକାଶନ ଶିଳ୍ପକୁ ସମ୍ମାନ ଜଣାଇବା। କପିରାଇଟ୍ ମାଧ୍ୟମରେ ଲେଖକଙ୍କ ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା କରିବା। ୟୁନେସ୍କୋ (UNESCO) ଦ୍ୱାରା ୧୯୯୫ ମସିହାରେ ଏହି ଦିବସର ଶୁଭାରମ୍ଭ ହୋଇଥିଲା। ୟୁନେସ୍କୋ କୁହେ — “ପୁସ୍ତକ ହେଉଛି ଆଉ ଏକ ଜଗତର ଝରକା। ପ୍ରତି ପୃଷ୍ଠା ସହିତ ଆମେ ନୂଆ ମଣିଷ, ନୂଆ ସଂସ୍କୃତି ଏବଂ ନୂଆ ଧାରଣା ସହିତ ପରିଚିତ ହେଉ।”
ପ୍ରତିବର୍ଷ ଏହି ଦିବସ ଅବସରରେ ଏକ ସହରକୁ ୱର୍ଲ୍ଡ ବୁକ୍ କ୍ୟାପିଟାଲ୍ ଘୋଷଣା କରାଯାଏ। ଏହି ସହର ଏକ ବର୍ଷ ପାଇଁ ପୁସ୍ତକ ଏବଂ ପଢ଼ିବା ପ୍ରଚାର କରିଥାଏ। ୨୦୨୫: ରିଓ ଡି ଜାନେରୋ (Rio de Janeiro), ୨୦୨୬: ରାବାତ୍ (Rabat, ମୋରୋକ୍କୋ)।
ଏହି ଦିନ ଉଇଲିୟମ୍ ଶେକ୍ସପିୟର, ମିଗୁଏଲ୍ ଡି ସର୍ଭାନ୍ତେସ୍ ଓ ଇଙ୍କା ଗାର୍ସିଲାସୋ ଡି ଲା ଭେଗାଙ୍କ ପରି ବିଶିଷ୍ଟ ଲେଖକମାନେ ମୃତ୍ୟୁବରଣ କରିଥିଲେ। ତେଣୁ ଏମାନଙ୍କ ସ୍ମୃତିରେ ପ୍ୟାରିସ୍ରେ ଅନୁଷ୍ଠିତ ୟୁନେସ୍କୋ ସାଧାରଣ ସମ୍ମିଳନୀରେ ଏହି ଦିନକୁ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ ରୂପେ ଘୋଷଣା କରାଯାଇଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ପଣ୍ଡିତା ରମାବାଈ (ଜନ୍ମ- ୧୮୫୮) ଜଣେ ପ୍ରସିଦ୍ଧ ସମାଜ ସଂସ୍କାରକ, ଶିକ୍ଷାବିଦ୍ ଏବଂ ମହିଳା ଅଧିକାର କର୍ମୀ ଥିଲେ। ସେ ମହିଳା ଶିକ୍ଷା ଏବଂ ବିଧବାମାନଙ୍କ ଉନ୍ନତି ପାଇଁ ଆଜୀବନ କାର୍ଯ୍ୟ କରିଥିଲେ। ସଂସ୍କୃତରେ ପାଣ୍ଡିତ୍ୟ ପାଇଁ “ପଣ୍ଡିତା” ଉପାଧି ପାଇଥିଲେ ଏବଂ ଖ୍ରୀଷ୍ଟଧର୍ମ ଗ୍ରହଣ କରି ମୁକ୍ତି ମିଶନ୍ ପ୍ରତିଷ୍ଠା କରିଥିଲେ। ଭାରତୀୟ ମହିଳା ସଶକ୍ତିକରଣର ଏକ ପ୍ରେରଣା ସ୍ୱରୂପ।
୨. ଏସ୍. ଜାନକୀ (ଜନ୍ମ- ୧୯୩୮) ଦକ୍ଷିଣ ଭାରତୀୟ ସିନେମାର ଜଣେ କିମ୍ବଦନ୍ତୀ ପ୍ଲେବ୍ୟାକ୍ ଗାୟିକା। ତାମିଲ, ତେଲୁଗୁ, ମାଲାୟାଲାମ, କନ୍ନଡ଼ ଏବଂ ହିନ୍ଦୀ ଗୀତରେ ହଜାର ହଜାର ହିଟ୍ ଗୀତ ଗାଇଛନ୍ତି।
୩. ମନୋଜ୍ ବାଜପେୟୀ (ଜନ୍ମ- ୧୯୬୯) ଭାରତୀୟ ସିନେମାର ଜଣେ ଅତ୍ୟନ୍ତ ପ୍ରତିଭାବାନ୍ ଅଭିନେତା। ସେ ଅନେକ ଜାତୀୟ ପୁରସ୍କାର ଏବଂ ଫିଲ୍ମଫେୟାର୍ ପାଇଛନ୍ତି।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ସତ୍ୟଜିତ୍ ରାୟ (ମୃତ୍ୟୁ- ୧୯୯୨) ଭାରତୀୟ ସିନେମାର ଏକ କିମ୍ବଦନ୍ତୀ ନିର୍ଦ୍ଦେଶକ, ଲେଖକ, ସଙ୍ଗୀତକାର ଏବଂ ଚିତ୍ରକର ଥିଲେ। ସେ ଅସ୍କାର୍ ଲାଇଫ୍ଟାଇମ୍ ଆଚିଭମେଣ୍ଟ୍ ଆୱାର୍ଡ୍ ପାଇଥିଲେ। ଭାରତ ରତ୍ନ ପ୍ରାପ୍ତ କରିଥିବା ଏହି ମହାନ୍ ବ୍ୟକ୍ତିତ୍ୱ ଭାରତୀୟ ସିନେମାକୁ ଆନ୍ତର୍ଜାତୀୟ ମାନ୍ୟତା ଦେଇଥିଲେ।
୨. ଧୀରେନ୍ଦ୍ର ବର୍ମା (ମୃତ୍ୟୁ- ୧୯୭୩) ହିନ୍ଦୀ ଏବଂ ବ୍ରଜଭାଷାର ଜଣେ ପ୍ରସିଦ୍ଧ କବି ଏବଂ ଲେଖକ ଥିଲେ। ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ଉଲ୍ଲେଖନୀୟ ଏବଂ ସେ ହିନ୍ଦୀ ସାହିତ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୯୨୯: ରଣଜିତ ଫିଲ୍ମ କୋ. ପ୍ରତିଷ୍ଠିତ ହୋଇଥିଲା।
୧୯୮୪: ବୈଜ୍ଞାନିକମାନେ ଏଡ୍ସ ଭାଇରସ ଚିହ୍ନଟ କରିଥିଲେ।
୨୦୦୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) PSLV-C9 ସହିତ ଏକ ମାଇଲଖୁଣ୍ଟ ହାସଲ କରିଥିଲା।
୧୯୪୯: ଚୀନ୍ ଲାଲ ସେନା ନାନକିଙ୍ଗ୍ (ନାନଜିଂ) ଅଧିକାର କଲା।
୧୯୬୭: ସୋଭିଏତ୍ ମହାକାଶ କାର୍ଯ୍ୟକ୍ରମ ସୋୟୁଜ୍ ୧ ଉନ୍ମୋଚନ କରିଥିଲା, ଯେଉଁଥିରେ ମହାକାଶଚାରୀ ଭ୍ଲାଦିମିର କୋମାରୋଭ ସାମିଲ ଥିଲେ।
୧୯୯୦: ନାମିବିଆ ଜାତିସଂଘର ୧୬୦ତମ ସଦସ୍ୟ ହୋଇଥିଲା।
୧୯୯୫: ୟୁନେସ୍କୋ ଏହି ଦିନକୁ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ ଭାବରେ ଘୋଷଣା କରିଥିଲା।
୨୦୦୫: ପ୍ରଥମ ଭିଡିଓ, “ମି ଆଟ ଦି ଜୁ”, YouTube ରେ ଅପଲୋଡ୍ ହୋଇଥିଲା।