ବରଗଡ଼ ଜିଲ୍ଲା ପାଇଁ ଖୁସି ଖବର

ଜିଲ୍ଲାର ଆଉ ୨ଟି ସ୍ଥାନକୁ ମିଳିଲା ‘ପର୍ଯ୍ୟଟନ ସ୍ଥଳୀ’ ମାନ୍ୟତା

ବରଗଡ଼, ୨୩/୦୪: ବରଗଡ଼ ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଖବର। ଜିଲ୍ଲାର ଦୁଇଟି ପ୍ରମୁଖ ଧାର୍ମିକ ପୀଠକୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ପର୍ଯ୍ୟଟନ କେନ୍ଦ୍ର’ (Tourist Centre) ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକଙ୍କ ପକ୍ଷରୁ ପ୍ରକାଶିତ ନୂତନ ତାଲିକାରେ ବରଗଡ଼ର ଏହି ଦୁଇଟି ସ୍ଥାନ ସାମିଲ ହୋଇଛନ୍ତି।

ମାନ୍ୟତା ପାଇଥିବା ଦୁଇଟି ସ୍ଥାନ ହେଲା:

୧. ବୈଦ୍ୟନାଥ ମନ୍ଦିର, ଦେଓଗାଁ (ବରଗଡ଼ ବ୍ଲକ)

୨. ବିଶ୍ୱେଶ୍ୱର ମନ୍ଦିର, ସାରଣ୍ଡା (ଅତାବିରା ବ୍ଲକ)

ଦୀର୍ଘ ଦିନର ଦାବି ପରେ ଏହି ଦୁଇ ପ୍ରାଚୀନ ଓ ପ୍ରସିଦ୍ଧ ପୀଠକୁ ସରକାରୀ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ମିଳିଛି। ଏହି ମାନ୍ୟତା ମିଳିବା ଫଳରେ ଏବେ ଏହି ସ୍ଥାନଗୁଡ଼ିକର ସାମଗ୍ରିକ ବିକାଶ, ସୌନ୍ଦର୍ଯ୍ୟକରଣ ଏବଂ ପର୍ଯ୍ୟଟକଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ସୃଷ୍ଟି ହୋଇପାରିବ। ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ନୂଆ ଅଧ୍ୟାୟ ଯୋଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି।