କୋଲକାତା/ଚେନ୍ନାଇ, ୨୩/୦୪: ହାଇ ଭୋଲଟେଜ ପ୍ରଚାର ପରେ ଆଜି ଭୋଟ ଦେଉଛନ୍ତି ଦୁଇ ରାଜ୍ୟ। ପଶ୍ଚିମବଙ୍ଗ, ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ଆରମ୍ଭ।
ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୨୯୪ ଆସନ ମଧ୍ୟରୁ ୧୫୨ଟିରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି। ମଇଦାନରେ ୧୪୫୨ ପ୍ରାର୍ଥୀ ଥିବା ବେଳେ ଭୋଟ୍ ଦେବେ ୩.୬୦ କୋଟି ଭୋଟର୍। ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧା ଟକ୍କର ଲାଗିଛି। ୨୯ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଦେବେ ଭୋଟର।
ତାମିଲନାଡୁରେ ସମସ୍ତ ୨୩୪ ଆସନ ପାଇଁ ମଧ୍ୟ ଭୋଟିଂ ଆରମ୍ଭ ହୋଇଛି। ୪ ହଜାର ୨୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫.୭୩ କୋଟି ଭୋଟର୍। ଶାସକ ଡିଏମକେ, ଏଆଇଏଡିଏମକେ-ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ ବିଜୟଙ୍କ ଟିଭିକେ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳିବ।
ଭୋଟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଏବଂ ସ୍ୱଚ୍ଛ ରଖିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ସକାଳ ୯ଟା ସୁଦ୍ଧା ତାମିଲନାଡୁରେ ୧୭.୭ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୧୮.୭୬ ପ୍ରତିଶତ ଭୋଟିଂ ହୋଇଛି।