କାମାକ୍ଷାନଗର, ୨୩/୦୪: ଧର୍ମ ବଦଳାଇବାକୁ ଝିଅ ରାଜି ନହେବାରୁ ମାଡ଼ ମାରିଛନ୍ତି ପରିବାର। ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ଅନ୍ତର୍ଗତ ଅନନ୍ତପୁର ସାହିରେ ଧର୍ମାନ୍ତୀକରଣକୁ ନେଇ ଥାନାରେ ଅଭିଯୋଗ ହୋଇଛି।
ବାପାଭାଇ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି ଯୁବତୀ। ହିନ୍ଦୁ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଥିଲେ ବାପା ଭାଇ। କିନ୍ତୁ ବାରଣ କରିବାରୁ ଝିଅକୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଯୁବତୀ। ତଦନ୍ତ ଆରମ୍ଭ କରିଛି ପୋଲିସ।