ଜନଗଣନା ଅଧିକାରୀଙ୍କ ପାଇଁ ଏସଓପି ଜାରି

ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଭୁବନେଶ୍ୱର, ୨୩/୦୪: ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗ ପକ୍ଷରୁ SOP ଜାରି କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ/ଏସ୍‌ପି/ ମ୍ୟୁନିସପାଲ୍‌ କମିଶନରଙ୍କୁ ଚିଠି ଲେଖାଯାଇଛି। ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି।

ଗଣନାକାରୀ/ପର୍ଯ୍ୟବେକ୍ଷକ ସର୍ବଦା ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ। ଫିଲ୍ଡରେ ସେମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପାଖରେ ରଖିବାକୁ ପରାମର୍ଶ ଦିଆଯାଇଛି। ଯଦି କେହି ଧମକ ଚମକ ଦିଅନ୍ତି ତାହେଲେ E&S ହସ୍ତକ୍ଷେପ କରିବେ।

ଦରକାର ପଡ଼ିଲେ ତୁରନ୍ତ ସ୍ଥାନ ଛାଡ଼ି ପରେ ସୁରକ୍ଷା ଭିତରେ ପୁଣି ଯିବେ। E&S ର ନାମ ଏବଂ ଯୋଗାଯୋଗ ବିବରଣୀ ସମ୍ପୃକ୍ତ ଥାନାକୁ ସୁଚିତ କରିବେ। ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଅଞ୍ଚଳରେ ଜଣେ ପୋଲିସ କର୍ମଚାରୀ ଯିବେ।

ଜନଗଣନାକୁ ଯିବା ବେଳେ ସ୍ଥାନୀୟ ମୁରବୀମାନଙ୍କ ସହଯୋଗ ନେଇପାରିବେ। ବାଧା ସୃଷ୍ଟି କଲେ ୧୯୪୮ ଜନଗଣନା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୋଷୀ ସାବ୍ୟସ୍ତ ହେଲେ ଜରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଦିଆଯିବ।