ଜଳୁଛି ଉପକୂଳରୁ ଉପାନ୍ତ, ୫ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ

ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର, ୨୩/୦୪: ଉପକୂଳରୁ ଉପାନ୍ତ ସବୁଠି ତାତି। ତତଲା କଡେଇରେ ସନ୍ତୁଳି ହେଉଛି ଓଡ଼ିଶା। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ।

ଆଜି ଦିନ ୨.୩୦ଟା ସୁଦ୍ଧା ୪୩.୪ ଡିଗ୍ରୀ ସହ ଝାରସୁଗୁଡ଼ା ଉତ୍ତପ୍ତ ସହର। ହୀରାକୁଦରେ ୪୩ ଡିଗ୍ରୀ, ସମ୍ବଲପୁରରେ ୪୨.୬ ଡିଗ୍ରୀ, ରାଉରକେଲାରେ ୪୨ଡିଗ୍ରୀ, ଭୁବନେଶ୍ବରରେ ୪୧.୮ ଡିଗ୍ରୀ, କେନ୍ଦୁଝରରେ ୪୦.୬ ଡିଗ୍ରୀ ଓ ଚାନ୍ଦବାଲିରେ ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି।

ପାଞ୍ଚ ଜିଲ୍ଲା ପାଇଁ ହିଟ୍‌ ୱେଭ୍‌ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ଖୋର୍ଦ୍ଧା ପାଇଁ ସତର୍କତା ଜାରି କରାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ସମ୍ଭାବନା ରହିଛି