ଭୁବନେଶ୍ୱର, ୨୪/୦୪: ସରକାରୀ ଯୋଜନାରେ ବଡ଼ ପରିବର୍ତ୍ତନ। ଅକାମୀ ଯୋଜନା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ୩ରୁ ୪ ବର୍ଷ ଧରି କୌଣସି ବଜେଟ୍ ବରାଦ ପାଇନଥିବା ଯୋଜନା ବନ୍ଦ ହେବ। କେନ୍ଦ୍ରୀୟ ଯୋଜନାରେ କିପରି ହିତାଧିକାରୀ ଉପକୃତ ହେବେ ସେନେଇ ପଦକ୍ଷେପ ନିଆଯିବ।
ACSଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ୧୬ରୁ ୧୮ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ୨୩ଟି ବିଭାଗର ଯୋଜନାଗୁଡ଼ିକୁ ସମୀକ୍ଷା କରାଯାଇଥିଲା। ଯାହା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।