୩୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବେଳପଡ଼ା ପୋଲିସ

ପାଟନାଗଡ଼ ୦୧/୧୧: ବଲାଙ୍ଗିର ପୋଲିସ ଦାଦନ ଋତୁ ପୂର୍ବରୁ ଗାଁଗାଁରେ ଲୋକଙ୍କୁ ନେଇ ସଚେତନ କରିବା ସତ୍ୱେବି ସର୍ଦାରମାନେ ବୋଲ ମାନୁନାହାନ୍ତି। ଶ୍ରମିକ ମାନଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ କରୁଛନ୍ତି। ଏବେ ବେଳପଡ଼ା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ମଣ୍ଡଳ ଗାଁ ପାଖରୁ ୩୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶ୍ରମିକମାନେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼  ଅଞ୍ଚଳର ମହୁଳପଡାର ବୋଲି ଜଣାପଡିଛି।

ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୯ ପୁରୁଷ ୧୨ ମହିଳା ଓ ୧୧ ଶିଶୁ ଥିବା ଜଣାପଡ଼ିଛି। ଚାଲାଣ କରୁଥିବା ୨ ସର୍ଦ୍ଦାରଙ୍କୁ ବେଳପଡା ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ଉଦ୍ଧାର ଶ୍ରମିକମାନେ କାମଧନ୍ଦା ନ ପାଇ  ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା କହିଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ବେଳପଡ଼ା ପୋଲିସ ନିଜନିଜ ଗାଁକୁ ପଠାଇଛି।