ଅବସର ନେବାକୁ ଥିବା କର୍ମଚାରୀଙ୍କୁ ବଡ଼ ଆଶ୍ବସ୍ତି

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଅର୍ଥାତ୍ ଇପିଏଫଓ ପେନ୍ସନ ସ୍କିମ୍‌ରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି ସରକାର । ଯାହା କୋଟି କୋଟି କର୍ମଚାରୀଙ୍କୁ ଆଶ୍ବସ୍ତି ଦେବ। କାରଣ ଏଣିକି ଅବସରର ୬ ମାସ ପୂର୍ବରୁ ମଧ୍ୟ ପେନ୍ସନ କାଢ଼ିପାରିବେ। ପ୍ରକୃତରେ ରିଟାୟାରମେଣ୍ଟ ବଡି ଫଣ୍ଡ୍‌, ଇପିଏସ-୯୫ ଅନୁଯାୟୀ ଅବସର ନେବାକୁ ଥିବା କର୍ମଚାରୀଙ୍କୁ ୬ ମାସ ପୂର୍ବରୁ ଜମା ରାଶି କାଢ଼ିବାର ଅନୁମତି ଦେଇଛନ୍ତି। ପୂର୍ବରୁ ୬ ମାସ ପୂରା ହେବା ପରେ ହିଁ ପେନ୍ସନ କାଢ଼ିପାରିବା ନେଇ ଅନୁମତି  ରହିଥିଲା। ଏବେ ଦେଶରେ ୬ କୋଟିରୁ ଅଧିକ ଇପିଏଫଓ ସବସ୍କ୍ରାଇବର୍ସ ଅଛନ୍ତି।

କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଙ୍ଗଳବାର ଏକ ବୈଠକରେ କହିଛନ୍ତି ଯେ ଇପିଏଫଓ କଭରେଜ ବର୍ତ୍ତମାନ ସ୍ତରରେ ୬.୫ କୋଟିରୁ ୧୦ କୋଟିକୁ ବଢ଼ାଯିବ। ଏହା ସହ ସେ ଇପିଏଫଓ ଭିଜନ ୨୦୪୭ ଦସ୍ତାବେଜ ମଧ୍ୟ ଲଞ୍ଚ କରିଛନ୍ତି। ଏହି ସୁବିଧା ଦ୍ବାରା ପେନ୍ସସନଭୋଗୀଙ୍କୁ ଅବସର ଲାଭର ନିର୍ଦ୍ଧାରଣ ସମୟରେ ଅଧିକ ପେନ୍ସନ ପାଇବାରେ ସାହାଯ୍ୟ ହେବ।

ସୂଚନାଯୋଗ୍ୟ ଏପର୍ଯ୍ୟନ୍ତ ଇପିଏଫଓ ଗ୍ରାହକଙ୍କୁ ଚାକିରିରୁ ଅବସର ନେବାରେ ୬ ମାସରୁ କମ୍ ସମୟ ବାକି ରହିଥିଲେ କେବଳ ଇପିଏଫରୁ ଜମା ରାଶି କାଢ଼ିପାରିବା ନେଇ ଅନୁମତି ରହିଛି। କିନ୍ତୁ ରିଟାୟାରମେଣ୍ଟ ବଡି ଫଣ୍ଡ ତରଫରୁ ନିଆଯାଇଥିବା ଏହି ବଡ଼ ନିଷ୍ପତ୍ତି ପରେ ଏବେ ୬ ମାସ ପୂବର୍ରୁ ଜମାରାଶି କାଢ଼ିପାରିବେ।