ଦୁଇ ଦିନ ପ୍ରବଳ ଗରମ ଓ ଗୁଳୁଗୁଳି ପରେ ଆଶ୍ୱସ୍ତି ଆଣିବ କାଳବୈଶାଖୀ

ବଦଳିବ ପାଗ, ୪ ଦିନ ବର୍ଷିବ

ଭୁବନେଶ୍ୱର, ୨୬/୦୪: ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆସନ୍ତା ଦୁଇ ଦିନ ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ। ଏ ନେଇ ସତର୍କ ସୂଚନା ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଆଇଏମଡି଼।

ତେବେ ୨୮ ପରଠୁ ପାଣିପାଗରେ ଆସିବ ପରିବର୍ତ୍ତନ, ତାତିରୁ ମିଳିବ ନିସ୍ତାର। ଉପକୂଳବର୍ତ୍ତୀ ଓ କିଛି ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୨୯ ଏପ୍ରିଲରୁ ୪ ଦିନ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।

ଆଜି ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୪୩.୮ ଡିଗ୍ରୀ ସେଲସିୟସ, ସମ୍ବଲପୁରରେ ୪୨.୮ ଡିଗ୍ରୀ, ରାଉରକେଲା ୪୨.୬ ଡିଗ୍ରୀ, ହୀରାକୁଦ ୪୨.୪ ଡିଗ୍ରୀ, କେନ୍ଦୁଝର ୩୯.୬ ଡିଗ୍ରୀ, ଚାନ୍ଦବାଲି ୩୬.୪ ଡିଗ୍ରୀ, ବାଲେଶ୍ୱର ୩୪.୮ ଡିଗ୍ରୀ, ଭୁବନେଶ୍ୱର ୩୪.୪ ଡିଗ୍ରୀ, ପୁରୀ ୩୧.୪ ଡିଗ୍ରୀ, ପାରାଦୀପ ୩୧.୨ ଡିଗ୍ରୀ ଓ‌ ଗୋପାଳପୁରରେ ୩୦.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି।