‘ଲେଖନୀ ସ୍ଵର’ର ବନ୍ଧୁମିଳନ ‘ସାହିତ୍ୟର ସେତୁରେ ବନ୍ଧୁତାର ମେଳି

ଅତିଥି ଏବଂ ଯୁବ ସାହିତ୍ୟିକଙ୍କୁ ‘ସୃଜନୀ ସମ୍ମାନ’ରେ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨୬/୦୪: ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ‘ଲେଖନୀ ସ୍ଵର’ ପକ୍ଷରୁ ଏକ ବର୍ଣ୍ଣାଢ୍ୟ ବନ୍ଧୁମିଳନ ‘ସାହିତ୍ୟର ସେତୁରେ ବନ୍ଧୁତାର ମେଳି’ କାର୍ଯ୍ୟକ୍ରମ ସ୍ଥାନୀୟ ରୋଟାରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି l ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା ସୁଷମା ମିଶ୍ର, ପ୍ରବୀଣା ମହାନ୍ତି, ପବିତ୍ର ମୋହନ ଦାଶ, ରାଜଲକ୍ଷ୍ମୀ ତ୍ରିପାଠୀ, ଅମରେଶ ବିଶ୍ଵାଳ, ଲକ୍ଷ୍ମୀ ଚାନ୍ଦ, ଡ. ପ୍ରଦୀପ କୁମାର ମିଶ୍ର, ସୁଷମା ଦାଶ, ମାନମୟୀ ରଥ, ପ୍ରଦୀପ କୁମାର ନାୟକ, ତାପସରାଜ ମହାରଣା, ଭବାନୀ ଭୂୟାଁ, ପରଂବ୍ରହ୍ମ ତ୍ରିପାଠୀ, ଭାସ୍ଵତୀ ବସୁ, ଓଁ ଅଭିଜ୍ଞାନ ସାହୁ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ବିଜୟ ମଣ୍ଡଳ, ବିମଳଚାନ୍ଦ ପଟ୍ଟନାୟକ, ଶ୍ରୀଧର ପଟ୍ଟନାୟକ, ଆଶୁତୋଷ ପାତ୍ର, ତୁହିନାଂଶୁ କର ପ୍ରମୁଖ ଯୋଗ ଦେଇ ନିଜ ନିଜର ଅନୁଭୂତି ବଖାଣିବା ସହ ସାହିତ୍ଯର ସମୃଦ୍ଧିରେ ଏହିପରି ପାରିବାରିକ ସାହିତ୍ୟ ଅନୁଷ୍ଠାନର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ l ସେହିପରି ଯୁବ କବିମାନେ ନିଜ ନିଜର କବିତା ଏବଂ ଗଜଲ୍ ପାଠ କରିବା ସହ ସମସ୍ତେ ମିଶି କବିତା ଉପଭୋଗ କରିଥିଲେ l ବରିଷ୍ଠ ଅତିଥି ସାହିତ୍ୟିକମାନଙ୍କୁ ଯୁବ ସାହିତ୍ୟିକମାନଙ୍କର ପ୍ରଶ୍ନ ଏବଂ ଅତିଥିଙ୍କ ଦ୍ଵାରା ତାର ଉତ୍ତର କାର୍ଯ୍ୟକ୍ରମକୁ ଖୁବ୍ ଆକର୍ଷଣୀୟ କରିଥିଲା l

ଲେଖନୀ ସ୍ଵର ପରିବାରର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପରସ୍ପର ସହ ଭାବ ବିନିମୟ କରି ସୁନ୍ଦର ଅନୁଭୂତି ସାଉଁଟିଥିଲେ l ଏହି ଅବସରରେ ସମସ୍ତ ଅତିଥି ଏବଂ ଯୁବ ସାହିତ୍ୟିକଙ୍କୁ ‘ସୃଜନୀ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା l ସୂଚନଯୋଗ୍ୟ ଯେ, ଚାରିବର୍ଷ ପୂର୍ବେ ଅନଲାଇନ୍ ମାଧ୍ୟମରେ ଗଢ଼ି ଉଠିଥିବା ଏହି ଅନୁଷ୍ଠାନ ପ୍ରତ୍ୟେକ ମାସ ଆଭାସୀ ମାଧ୍ୟମରେ କବିତା ପାଠ, ଆଲୋଚନା ଚକ୍ର, ପୁସ୍ତକ ସମୀକ୍ଷା, ସାକ୍ଷାତକାର ଆଦି ଅନେକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି l ଏହି ଅବସରରେ ‘ଲେଖନୀ ସ୍ଵର’ର ପ୍ରତିଷ୍ଠାତା ତଥା ସମ୍ପାଦିକା ଶ୍ରୀମତୀ ତପସ୍ୱିନୀ ଦାଶ ଷଡଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସାହିତ୍ୟ ମାଧ୍ୟମରେ ସୁନ୍ଦର ସମାଜଟେ ଗଢ଼ିବା ଦିଗରେ ଅନୁଷ୍ଠାନ ଏମିତି ହିଁ ନିରନ୍ତର ଉଦ୍ୟମରତ ଥିବ ବୋଲି ମତବ୍ୟକ୍ତ କରିଥିଲେ l ଶ୍ୱେତପଦ୍ମା ପାଢୀ ତ୍ରିପାଠୀ, ଶ୍ରୀକାନ୍ତ ଘଡାଇ, ବିନେଶ ସାମଲ, ଅଂଶୁମାନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଯୁବ କବି ରୁପେଶ ସାହୁ ଏବଂ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ସଂଯୋଜନା କରିଥିଲେ l