ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି: ମନମୋହନ ସାମଲ

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ବଡ଼ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର, ୨୮/୦୪: ରାଜ୍ୟରେ ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି କରାଯିବ। ଏ ନେଇ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ଶ୍ରୀଯୁକ୍ତ ସାମଲ କହିଛନ୍ତି, ସରକାରଙ୍କ ୨ ବର୍ଷ ପୂର୍ତ୍ତି ପୂର୍ବରୁ ବାକି ସମସ୍ତ ନିଯୁକ୍ତି ଶେଷ ହେବ। ନିଗମ ଓ ବୋର୍ଡରେ ନିଯୁକ୍ତି ହେବ। ରାଜ୍ୟର ୨୯ ଜିଲ୍ଲାରେ ଓକିଲ ନିଯୁକ୍ତି ସରିଛି, ଖୋର୍ଦ୍ଧାରେ ବାକି ଅଛି। ଖୁବଶୀଘ୍ର ଖୋର୍ଦ୍ଧା ଜିଲ୍ଲାରେ ଓକିଲ ନିଯୁକ୍ତି ହୋଇଯିବ।

ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି, କେନ୍ଦ୍ରୀୟ ନେତାଙ୍କ ସହ ବୈଠକ ପରେ ସମ୍ପ୍ରସାରଣ ହେବ। ଯେତେବେଳେ ସମ୍ପ୍ରସାରଣ ହେବା ଦରକାର, ସେତେବେଳେ ହିଁ ହେବ। ସଂକଳ୍ପ ପତ୍ରରେ ଯେଉଁକଥା କହିଥିଲୁ, ସେଥିରୁ ୮୦ ପ୍ରତିଶତ ସାରିଛୁ।