ନୂଆଦିଲ୍ଲୀ, ୨୮/୦୪: ଦୁଇ ଦିନିଆ ସିକିମ ଗସ୍ତରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ଗ୍ୟାଙ୍ଗଟକରେ ଯୁବପିଢିଙ୍କ ସହ ଫୁଟବଲ୍ ଖେଳିଲେ। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଯୁବପିଢ଼ିଙ୍କ ସହ ଫୁଟବଲ୍ ଖେଳୁଥିବାର ଦେଖାଯାଉଛି। ଖେଳାଳିମାନଙ୍କ ସହିତ ଏକ ଫଟୋ ମଧ୍ୟ ଉଠାଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଯେଉଁଥିରେ ଲୋକ ଭବନ କୋଠା ମଧ୍ୟ ଦେଖାଯାଉଥିଲା।
ଆଜି ପ୍ରଧାନମନ୍ତ୍ରୀ ସିକିମର ରାଜ୍ୟ ମାନ୍ୟତାର ୫୦ ବର୍ଷର ସମାପନୀ ଉତ୍ସବରେ ଯୋଗଦେବେ ଏବଂ ୪୦୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବେ।