ରାଜ୍ୟର ପ୍ରତିଷ୍ଠିତ କଲେଜରେ ପୁଣି କଳଙ୍କ: ଏକାଧିକ ଛାତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ

କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଏକାଧିକ ଛାତ୍ରୀ

ସମ୍ବଲପୁର, ୩୦/୦୪: ଶିକ୍ଷାର ମନ୍ଦିରରେ ଅଧ୍ୟାପକଙ୍କ କଳା କାରନାମା। ଛାତ୍ରୀଙ୍କୁ ପାଠ ପଢ଼ାଇବା ବଦଳରେ କରୁଛନ୍ତି ପ୍ରେମ ନିବେଦନ। ଏହା ରାଜ୍ୟର ଏକ ପ୍ରତିଷ୍ଠିତ କଲେଜରେ ଘଟିଛି‌। ଫକୀର ମୋହନ କଲେଜ ଓଡ଼ିଆ ବିଭାଗ ପ୍ରଫେସର ସନ୍ତୋଷ ନାୟକଙ୍କ ନାଁରେ ଆସିଛି ଗମ୍ଭୀର ଅଭିଯୋଗ।

ଛାତ୍ରୀଙ୍କୁ ସେ ଖରାପ ମେସେଜ୍‌ କରିବା ସହ ରୁମ୍‌କୁ ଡାକୁଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି। ଅନେକ ସମୟରେ ସେ ଛାତ୍ରୀମାନଙ୍କୁ ବେଳାଭୂମି ବୁଲିବା ପାଇଁ ଡାକୁଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଛାତ୍ରୀ।

ମେସେଜ୍‌ ଡିଲିଟ୍‌ କରିବାକୁ ଚାପ ପକାଇବା ସହ ରାସ୍ତାରେ ଫଲୋ କରାଯାଉଥିବାରୁ ଭୟଭୀତ ଅଛନ୍ତି ଛାତ୍ରୀମାନେ। କ୍ଲାସ୍‌ରେ ପାଠ କମ୍ ଓ ଅନ୍ୟ ଅଶ୍ଳୀଳ କଥା ଅଧିକ କହୁଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ। ଏପରିକି ଛାତ୍ରୀମାନଙ୍କୁ ଖରାପ ଭାବେ ସ୍ପର୍ଶ କରିବା ଓ ଭୟ ଦେଖାଉଛନ୍ତି।

ପ୍ରିୟ ଛାତ୍ରମାନଙ୍କୁ ସେମିଷ୍ଟାର ପ୍ରଶ୍ନ ଆଗୁଆ ଦିଆ ଯାଉଛି। ସେକେଣ୍ଡ ସେମିଷ୍ଟାର ଖାତା ପୁନର୍ବାର ଦେଖାଯିବାକୁ ମଧ୍ୟ ଦାବି କରିଛନ୍ତି ଛାତ୍ରୀ।

ଏହି ଘଟଣାକୁ ନେଇ କଲେଜ ICCରେ ଅଭିଯୋଗ ସତ୍ତ୍ବେ ତଦନ୍ତ ହେଉନାହିଁ। ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ଏକାଧିକ ଛାତ୍ରଛାତ୍ରୀ।

ପୂର୍ବରୁ ସମ୍ପୃକ୍ତ ପ୍ରଫେସର HOD ପଦରୁ ହଟିଛନ୍ତି, କିନ୍ତୁ ପ୍ରତିକ୍ରିୟା ମିଳିପାରିନି। ତେବେ ଘଟଣାର ତଦନ୍ତ ଚାଲିଛି।