କଟକ, ୩୦/୦୪: ମେ’ ୨ ତାରିଖରେ ପ୍ରକାଶ ପାଇବ ବିଏସଇ ମାଟ୍ରିକ ରେଜଲ୍ଟ। ମେ’ ୨ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ। ଏ ନେଇ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଲା BSE।
ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। www.bseodisha.ac.in କିମ୍ବା www.bseodisha.nic.in ରେ ରେଜଲ୍ଟ ଦେଖିହେବ। ଇଣ୍ଟରନେଟ୍ ନ ଥିବା ଅଞ୍ଚଳରେ ରୋଲ୍ ନଂକୁ SMS କରି ରେଜଲ୍ଟ ଜାଣିହେବ। 5676750 ନମ୍ବରକୁ OR10<RollNo> ଲେଖି ମେସେଜ କରିପାରିବେ।