ଅର୍ଚ୍ଚନା ନାଗ୍‌ ଗିରଫ ଘଟଣା : ଜାମିନ ଆବେଦନର ଶୁଣାଣି ଶେଷ

ଲେଡି ବ୍ଲାକ ମେଲର ଅର୍ଚନା ନାଗ ଗିରଫ ଘଟଣା । ଅର୍ଚନାଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ରାୟକୁ ସଂରକ୍ଷିତ ରଖିଛନ୍ତି ଏସଡିଜେଏମ୍‌ କୋର୍ଟ। ଅର୍ଚ୍ଚନାଙ୍କ ନାମରେ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ଜାମିନ ଆବଦନର ଚାଲିଥିଲା ଶୁଣାଣି ।

ସୂଚନା ଥାଉକି, ଭୁବନେଶ୍ଵର ଏସଡିଜେଏମ କୋର୍ଟରେ ହୋଇଥିଲା ଅର୍ଚ୍ଚନାଙ୍କ ଜାମିନ ସମ୍ପର୍କିତ ଶୁଣାଣୀ । ପ୍ରଯୋଜକ ଅକ୍ଷୟ ପରିଜାଙ୍କ ମାମଲାରେ ଗତ ୨୬ ତାରିଖରେ ଶୁଣାଣି କରିଥିଲେ କୋର୍ଟ । ପୁନଃ ଶୁଣାଣି ପାଇଁ ୫ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା । ପୂର୍ବରୁ ଖଣ୍ଡଗିରି ଥାନା ମାମଲାରେ ଅର୍ଚ୍ଚନାଙ୍କ ଜାମିନ ଖାରଜ କରିଥିଲେ କୋର୍ଟ।

ସେପଟେ ମାମଲାରେ ତଦନ୍ତ ଆରମ୍ଭ କରିଛ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଥମ ପର୍ଯ୍ୟାୟରେ ଅର୍ଚ୍ଚନା ତାଙ୍କ ସ୍ବାମୀ ଜଗବନ୍ଧୁ, ସହଯୋଗୀ ଖଗେଶ୍ବର ଅଭିଯୋଗ କରିଥିବା ଯୁବତୀ ଏବଂ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ନୋଟିସ୍ ଜାରି କରିବ ED । ସେହିଭଳି ଜେଲରେ ଥିବା ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇପାରେ ED । EDର ଏଣ୍ଟ୍ରି ପରେ ଲିଙ୍କ୍‌ରେ ଥିବା ବଡ଼ବଡ଼ିଆଙ୍କ ଭିତରେ ପଶିଛି ଛନକା । ଅର୍ଚ୍ଚନାକୁ ଅର୍ଥ ଦେଣନେଣ ନେଇ ED ହାତରେ ପ୍ରମାଣ ଲାଗିଲେ ଆଇନ୍‌ର କାଠଗଡ଼ାକୁ ଟଣା ହୋଇପାରନ୍ତି ଏକାଧିକ ପ୍ରତିପତିଶାଳୀ ।