ପୁଣି ଜବତ ହେଲା ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର, ୨ ବେପାରୀ ଗିରଫ

କଟକ: ପୁଣି କଟକ ସହରରୁ ଜବତ ହେଲା ୧୧ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର। ଲାଲବାଗ ଥାନା ପୋଲିସ ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଏହି ବ୍ରାଉନସୁଗାର ଜବତ କରିଛି।ଗତ କାଲି ରାଧାନାଥ ଟ୍ରେନିଙ୍ଗ କଲେଜ ନିକଟରେ ଏହି ଦୁଇ ବେପାରୀ ଥିବା ଖବର ପାଇ ଚଢାଉ କରିଥିଲା ପୋଲିସ।

ପୋଲିସ ୧୧ ଲକ୍ଷର ବ୍ରାଉନସୁଗାର ସହ ଦୁଇଟି ମଟର ସାଇକେଲ ଓ ଦୁଇଟି ମୋବାଇଲ ଜବତ କରିଥିଲା।ଗିରଫ ଦୁଇ ଅଭିଯୁକ୍ତ ହେଲେ ସାଲେପୁରର ପ୍ରଶାନ୍ତ କୁମାର ନନ୍ଦ ଓ ଗୋବିନ୍ଦପୁର ର ଜ୍ୟୋତି ରଞନ ବାରିକ।ଗିରଫ ଦୁଇ ଅଭିଯୁକ୍ତ ବାଲେଶ୍ବର ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଏଠାରେ ବିକ୍ରି କରୁଥିବା କହିଛନ୍ତି ଡିସିପି।