ତାମିଲନାଡୁରେ ଟିଭିକେ ଆଗରେ

ଷ୍ଟାଲିନଙ୍କୁ ପଛରେ ପକାଇଲେ ବିଜୟ

ଚେନ୍ନାଇ, ୦୪/୦୫: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି। ତାମିଲନାଡୁର ସମୁଦାୟ ୨୩୪ଟି ଆସନ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ନୂଆ ଦଳ ଟିଭିକେ (TVK) ଆଶ୍ଚର୍ଯ୍ୟଜନକ ଭାବେ ଭଲ ପ୍ରଦର୍ଶନ କରୁଛି। ସକାଳ ୧୦ଟା ୪୦ ସୁଦ୍ଧା ଟିଭିକେ ୧୦୩ଟି ଆସନରେ ଆଗୁଆ ଥିବା ବେଳେ ଏଆଇଡିଏମକେ ୭୭ଟି ଆସନ ଓ ଡିଏମକେ ୫୧ଟି ଆସନରେ ଆଗୁଆ ରହିଛି। ଅନ୍ୟ ଦଳ ମାତ୍ର ଗୋଟିଏ ଖାତା ଖୋଲି ପାରିଛି।

ଥାଲାପତି ବିଜୟଙ୍କ ଦଳ TVK ପ୍ରଥମ ନିର୍ବାଚନରେ ହିଁ ବଡ଼ ସଫଳତା ଆଡ଼କୁ ଗତି କରୁଛି। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ କୋଲାଥୁର ଆସନରୁ ଏବଂ ବିଜୟ ପେରାମ୍ବୁର ଆସନରୁ ଆଗୁଆ ରହିଛନ୍ତି।

ରାଜ୍ୟର ୬୨ଟି ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।