ଗୌହାଟୀ, ୦୪/୦୫: ଆସାମ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ NDA ମେଜରିଟି ମାର୍କ ଅତିକ୍ରମ କରି ଆଗୁଆ ରହିଛି।
ଆସାମର ୧୨୬ଟି ଆସନ ମଧ୍ୟରୁ ସରକାର ଗଠନ ପାଇଁ ୬୪ଟି ସିଟ୍ ଆବଶ୍ୟକ। ସକାଳ ୧୦ଟା ୪୫ ସୁଦ୍ଧା ବିଜେପି ୯୯ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୨୫ଟି ଓ ଅନ୍ୟ ଦଳ ପ୍ରାୟ ୨ଟି ଆସନରେ ଆଗୁଆ ରହିଛନ୍ତି।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ବିଜେପିର ହିତେନ୍ଦ୍ର ନାଥ ଗୋସ୍ୱାମୀ ଆଗୁଆ ରହିଥିବା ବେଳେ କଂଗ୍ରେସ ନେତା ଗୌରବ ଗୋଗୋଇ ପଛୁଆ ରହିଛନ୍ତି।