ଚର୍ଚ୍ଚିତ ଆଇପିଏସ ଅଫିସର ତଥା ଓଡିଆ ପୁଅ ବସନ୍ତ ରଥ ଚାକିରିରୁ ଦେଲେ ଇସ୍ତଫା

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଚର୍ଚ୍ଚିତ ଆଇପିଏସ ଅଫିସର ତଥା ଓଡିଆ ପୁଅ ବସନ୍ତ ରଥ ଚାକିରିରୁ ଇସ୍ତଫା ଦେଇଛନ୍ତି । ସେବାରୁ ନିବୃତ୍ତ ହେବା ପରେ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ନିଜେ ବସନ୍ତ ରଥ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯଦି ମୁଁ କେବେ କୌଣସି ଦଳରେ ସାମିଲ ହୁଏ ତେବେ ତାହା ବିଜେପି ହେବ । ଯଦି ମୁଁ କେବେ କୌଣସି ନିର୍ବାଚନ ଲଢେ ତେବେ କାଶ୍ମୀରରୁ ଲଢିବି । ଯଦି ମୁଁ କେବେ ରାଜନୀତିରେ ସାମିଲ ହୁଏ ତେବେ ଏହା ୨୦୨୪ ମାର୍ଚ୍ଚ ୬ ପୂର୍ବରୁ ହେବି।

୨୦୦୦ ବ୍ୟାଚର ଆଇପିଏସ ଅଫିସର ବସନ୍ତ ରଥ ଜାମ୍ମୁ କାଶ୍ମୀର ପୋଲିସରେ ପୋଲିସ ମହାନିର୍ଦ୍ଦେଶକ ପଦରେ ନିଯୁକ୍ତ ଥିଲେ । ୨୦୦୨ରେ ବସନ୍ତ ରଥ ପ୍ରଥମ ଥର ପୁଞ୍ଛ ଜିଲ୍ଲାର ମଣ୍ଡିରେ ନିୟୋଜିତ ହୋଇଥିଲେ । ଗରିବ ପିଲାଙ୍କୁ ବହି ଯୋଗାଇ ମଧ୍ୟ ବେଶ ଚର୍ଚ୍ଚାରେ ସେ ରହିଥିଲେ। ଏଥିପାଇଁ ତାଙ୍କୁ ବୁକ୍ ବାବା ମଧ୍ୟ କୁହାଯାଏ।