ଦହି ଖାଉଛନ୍ତି କି ? ତେବେ ଜାଣି ରଖନ୍ତୁ ଏହି ସବୁ ସମସ୍ୟା ବିଷୟରେ…

ଅଧିକାଂଶ ପ୍ରତିଦିନ ନିଜ ଖାଦ୍ୟରେ ଦହିକୁ ସମିଲ୍ କରି ଖାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଦହି କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇଥାଏ। ତାହା ହେଉଛି, ଏପରି ଲୋକ ଯେଉଁମାନେ ପୂର୍ବରୁ କିଛି ରୋଗର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଏଥିରୁ ନିଜକୁ ଦୂରେଇ ରଖିବାକୁ ପଡିବ। ତେଣୁ ଆସନ୍ତୁ ଜାଣିବା ଏଥିରେ କ’ଣ କ୍ଷତି ରହିଛି

-ସମସ୍ତେ ଜାଣନ୍ତି ଯେ ଦହିରେ ଭିଟାମିନ୍, କ୍ୟାଲସିୟମ୍, ପ୍ରୋଟିନ୍ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ। ଯାହା ପେଟ ଜନିତ ସମସ୍ୟା, ଉଚ୍ଚ ରକ୍ତ ଚାପ ତଥା ଅନେକ ରୋଗକୁ ହ୍ରାସ କରିବାରେ ସହାୟକ ହୋଇଥାଏ, କିନ୍ତୁ ଯେଉଁମାନଙ୍କର ନିଶ୍ୱାସ ନେବାରେ ଅସୁବିଧା ହୁଏ, ସେମାନଙ୍କୁ ଏଥିରୁ ଦୂରେଇ ରହିବାକୁ ପଡିବ। ଆପଣ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ୍। ନହେଲେ ଏହା ସମସ୍ୟା ସୃଷ୍ଟି କରିବ।

–ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଏସିଡିଟି ତଥା ଅମ୍ଳତା ସମସ୍ୟା ରହିଥାଏ। ସେମାନଙ୍କୁ ଏଥିରୁ ଦୂରେଇ ରହିବାକୁ ପଡେ। କାହିଁକି ନା ଆପଣଙ୍କର ସମସ୍ୟା ବଢିପାରେ। ବାସ୍ତବରେ, ଏହିପରି ଲୋକମାନେ ଦହିକୁ ସଠିକ୍ ଭାବରେ ହଜମ କରି ପାରି ନଥାନ୍ତି। ଯାହା ପଳରେ ବାନ୍ତି ହୋଇଥାଏ।

–ଆର୍ଥ୍ରାଇଟିସ୍ ସମସ୍ୟାରେ ଥିଲେ ଆପଣ ସୀମିତ ପରିମାଣରେ ଦହି ଖାଇବା ଉଚିତ୍। କାରଣ ଏହା ଆପଣଙ୍କ ସମସ୍ୟାକୁ ବଢାଇପାରେ। ଏପରି ପରିସ୍ଥିତିରେ ରୋଗୀମାନେ ସପ୍ତାହରେ ଥରେ ଦହି ଖାଇବା ଉଚିତ୍। ଏହି ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ଖାଇବା ଉଚିତ୍।