୨୬ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ବାରିପଦା: ବାରିପଦା ଅବକାରୀ ବିଭାଗ ଶନିବାର ଅପରାହ୍ନ ସମୟରେ ବ୍ରାଉନ ସୁଗାର କାରବାରରେ ସଂପୃକ୍ତ ଥିବା ଜଣେ ଯୁବକକୁ ଗିରଫ କରିଛି। ବିଭାଗ ଶୂନଗଡ଼ିଆ ଅଞ୍ଚଳରେ ଚଢ଼ାଉ କରି ୨୬ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ୨୬ ବର୍ଷୀୟା ଅଜୟ ମୁଖୀ। ସେ ବ୍ରାଉନ ସୁଗାର ଡିଲର ବୋଲି କୁହାଯାଉଛି। ୨୬ ଗ୍ରାମ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି।

ବାରିପଦା ସଦର ଅବକାରୀ ଥାନା ପକ୍ଷରୁ କେଶ ନମ୍ବର ୧୬୭/୨୨ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଯୁବକଙ୍କ ଡାକ୍ତରୀ ମାଇନା ହେବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଧଳା ଜହର ବେପାରର ଚେର ବାରିପଦାକୁ ଯାଇ କିପରି ଲମ୍ବିବାରେ ଲାଗିଛି ତାହାର ତଦନ୍ତ କରି ବେପାରର କିଙ୍ଗପିନକୁ ଗିରଫ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହେଉଛି।