ଗୁଜରାଟ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳ ଛାଡ଼ିଲେ ୪ ଥରର ବିଧାୟକ

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଅଛି । ରାଜନୀତି ସରଗରମ ଧରିଥିବାବେଳେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । ପଦ୍ମ ପୋଖରୀରୁ ଡିଆଁ ମାରିଛନ୍ତି ବରିଷ୍ଠ ନେତା ଜୟ ନାରାୟଣ ବ୍ୟାସ । ୪ଥରର ବିଧାୟକ ଜୟ ନାରାୟଣ ବିଜେପିରୁ ଇସ୍ତଫା ଦେଇଛନ୍ତି।  ଦଳୀୟ କାର୍ଯ୍ୟକଳାପରେ କିଛି ଦିନ ହେଲା ସେ ଅସନ୍ତୁଷ୍ଟ ହୋଇ ରହିଥିଲେ। ତାଙ୍କୁ କଣଠେସା କରାଯାଉଥିବାରୁ ସେ ଦଳ ଛାଡ଼ିଛନ୍ତି। ତାଙ୍କ ପାଇଁ ରାଜନୀତିରେ ବିକଳ୍ପ ଖୋଲା ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ସିଦ୍ଧପୁର ବିଧାନସଭା ଆସନକୁ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି ଜସ ନାରାୟଣ । କଂଗ୍ରେସ କିମ୍ବା ଆମ୍ ଆଦମୀ ପାର୍ଟିରେ ସାମିଲ ହେବା ନେଇ କୁହାଯାଉଛି।

ସେପଟେ କଂଗ୍ରେସର ଜଣେ ନେତାଙ୍କ କହିବା ଅନୁଯାୟୀ, ଜୟ ନାରାୟଣ କଂଗ୍ରେସରେ ସାମିଲ ହେଲେ ତାଙ୍କୁ ସିଦ୍ଧପୁର ବିଧାନସଭା ସିଟ୍ ରୁ ଟିକେଟ୍ ଦିଆଯିବା ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା ଚାଲିଛି । ସିଦ୍ଧପୁର ବିଧାନସଭା ସିଟ୍ ସବୁଠାରୁ ଲୋକପ୍ରିୟ ଆସନ । ଏଠାରୁ ଜୟ ନାରାୟଣ ବ୍ୟାସ ୭ଥର ନିର୍ବାଚନ ଲଢିଥିବାବେଳେ 4ଥର ବିଜୟ ଟିକା ପିନ୍ଧିଛନ୍ତି ।  ୨୦୧୭ରେ ବ୍ୟାସଙ୍କୁ ହରାଇ କଂଗ୍ରେସର ଚନ୍ଦାଜୀ ଠାକୋର ଗଡ଼ ଜିତିଥିଲେ ।