ଏମ୍.ସି.ଏଲ୍ ର ମୁଖ୍ୟ ସତର୍କତା ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଶ୍ରୀ ସମ୍ବିତ ସୌରଭ ନାୟକ
ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ପ୍ରମୁଖ ଭୂମିକା
ସମ୍ବଲପୁର, ୦୭/୦୫: ଶ୍ରୀ ସମ୍ବିତ ସୌରଭ ନାୟକ (IRTS), ଗତ ଗୁରୁବାର ଦିନ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (MCL) ର ମୁଖ୍ୟ ସତର୍କତା ଅଧିକାରୀ (CVO) ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
ଶ୍ରୀ ନାୟକ ୨୦୧୨ ବ୍ୟାଚ୍ର ଭାରତୀୟ ରେଳ ଯାତାୟାତ ସେବା (IRTS) ଅଧିକାରୀ ଏବଂ ସେ ପୂର୍ବତଟ ରେଳପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ଷମ, ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗରେ ଦାୟିତ୍ୱ ତୁଲାଇଛନ୍ତି। ସେ ଖୋର୍ଦ୍ଧା ରୋଡ୍ର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ (Sr DCM), ସମ୍ବଲପୁରର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଏବଂ ସମ୍ବଲପୁରର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ (Sr DSO) ଭାବେ କାର୍ଯ୍ୟ କରିଛନ୍ତି। ସମ୍ବଲପୁର ମଣ୍ଡଳରେ ଗ୍ରୀନଫିଲ୍ଡ ଏବଂ ବ୍ରାଉନଫିଲ୍ଡ ଭିତ୍ତିଭୂମି ପ୍ରକଳ୍ପ ସମେତ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ (PPP) ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଛି।
ସତର୍କତା ପ୍ରଶାସନ, ସ୍ୱଚ୍ଛତା ଏବଂ ନୈତିକ ଶାସନକୁ ଅଧିକ ସୁଦୃଢ଼ କରିବା ପାଇଁ ତାଙ୍କର ବିଭିନ୍ନ କ୍ଷେତ୍ରର ଅଭିଜ୍ଞତା, ନେତୃତ୍ୱ ଏବଂ ପ୍ରଶାସନିକ ଦକ୍ଷତା, ଦେଶର ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ କମ୍ପାନୀର ସହାୟକ ସାଜିବ।