ଭୁବନେଶ୍ୱର, ୧୦/୦୫: ବାଲିଅନ୍ତା ଭିଡ଼ ହତ୍ୟା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ। ବଦଳିଲେ ବାଲିଅନ୍ତା ଥାନା IIC। ୪ ଜଣ ପୋଲିସ ସସ୍ପେଣ୍ଡ୍ ହୋଇଛନ୍ତି।
ବାଲିଅନ୍ତା IIC ଅନୀଲ ପରିଡ଼ା UPD, ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି ହୋଇଛନ୍ତି। ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନା ଦାୟିତ୍ବ ଦିଆଯାଇଛି।
ଜଣେ SI, ଜଣେ ASI, ଜଣେ OAPF ସସ୍ପେଣ୍ଡ୍ ହୋଇଛନ୍ତି। ଜଣେ କନଷ୍ଟେବଲ ସସ୍ପେଣ୍ଡ୍ ହେବା ସହ ୨ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି।