କଟକ/ଭୁବନେଶ୍ୱର, ୧୦/୦୫: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶାର ସଂଘଶିକ୍ଷା ବର୍ଗ ବିଶେଷ ଓ ସଂଘଶିକ୍ଷା ବର୍ଗ ସାମାନ୍ୟ କଟକ ଗତିରାଉତ ପାଟଣା ସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ୯ ତାରିଖ ସଂଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ସଂଘଶିକ୍ଷାବର୍ଗ ବିଶେଷକୁ ଅଖିଳ ଭାରତୀୟ ସଦ୍ଭାବନା ସଂଯୋଜକ ଡ.ଗୋପାଳ ପ୍ରସାଦ ମହାପାତ୍ର ଓ ସଂଘଶିକ୍ଷା ବର୍ଗ ସାମାନ୍ୟକୁ ସଂଘର ଅଖିଳ ଭାରତୀୟ କୁଟମ୍ବ ପ୍ରବୋଧନ ସହ ପ୍ରମୁଖ ମନସୁଖଲାଲ ସେଠିଆ ଭାରତମାତାଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ।
ଅଖିଳ ଭାରତୀୟ ଯୋଜନା ଅନୁସାରେ ଅନୁଷ୍ଠିତ ହେଉଥିବା ସଂଘଶିକ୍ଷା ବର୍ଗ ବିଶେଷରେ ଓଡିଶାର ପୂର୍ବ ଓ ପଶ୍ଚିମ ପ୍ରାନ୍ତରୁ ୧୨୦ ଜଣ ପ୍ରଶିକ୍ଷାର୍ଥୀ ଓ ୮ଜଣ ଶିକ୍ଷକ ଭାଗ ନେଇଛନ୍ତି । ଯେଉଁମାନଙ୍କ ଭିତରେ ଅଛନ୍ତି ଡାକ୍ତର, ଇଂଜିନିୟର, ଆଇନଜୀବୀ, ଶିକ୍ଷକ, ବ୍ୟବସାୟୀ, ଶିକ୍ଷାର୍ଥୀ, ସାମ୍ବାଦିକ,କୃଷକ ଆଦି ବିଭିନ୍ନ ବର୍ଗର କାର୍ଯ୍ୟକର୍ତ୍ତାମାନେ । ଏହି ବର୍ଗକୁ ସୁଚାରରୂପେ ପରିଚାଳନା କରିବା ପାଇଁ ଏକ ସଂଚାଳନ ସମିତି ଗଠନ କରାଯାଇଛି । ବର୍ଗର ସର୍ବାଧିକାରୀ ବେଲେଶ୍ୱର ସାହୁ, କାର୍ଯ୍ୟବାହ ରାମ ଚନ୍ଦ୍ର ସାହୁ,ମୁଖ୍ୟ ଶିକ୍ଷକ ଖଗେଶ୍ୱର ମହନ୍ତ, ସେବା ପ୍ରମୁଖ ବିଜୟ ସାମଲ , ସହ-ସେବା ପ୍ରମୁଖ ନଳିନକାନ୍ତ ମହାନ୍ତ, ବୌଦ୍ଧିକ ପ୍ରମୁଖ ହେମନ୍ତ ସାମଲ, ସହ-ବୌଦ୍ଧିକ ପ୍ରମୁଖ ପ୍ରଣବ ନାୟକ, ସଂପର୍କ ପ୍ରମୁଖ ଭଗବାନ ବେହେରା, ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା, ବ୍ୟବସ୍ଥା ପ୍ରମୁଖ ଅନନ୍ତ କୁମାର ସାହୁ, ସହ-ବ୍ୟବସ୍ଥା ପ୍ରମୁଖ ଲକ୍ଷ୍ମୀଧର ପରିଡା, ପରିବେଷଣ ପ୍ରମୁଖ ଆଲୋକ ପଟେଲ,ପୂର୍ବ ପ୍ରାନ୍ତ ପ୍ରମୁଖ ସୀମାଞ୍ଚଳ ଖଟୁଆ, ପଶ୍ଚମ ପ୍ରାନ୍ତ ପ୍ରମୁଖ ବିଷ୍ଣୁ ପାତ୍ର,ପର୍ଯ୍ୟବେକ୍ଷକ ପ୍ରତାପ ଷଡଙ୍ଗୀ ଓ ବାବାଜୀ ଚରଣ ସାହୁ ଦୁଇ ପ୍ରାନ୍ତର ପାଳକ ଅଧିକାରୀ ଭାବେ ଦୀପକ ରାଉତ ଦାୟିତ୍ୱ ନିର୍ବାହ କରୁଛନ୍ତି ।
ସେହିପରି ପ୍ରାନ୍ତ ଯୋଜନା ଅନୁସାରେ ଅନୁଷ୍ଠିତ ହେଉଥିବା ସଂଘଶିକ୍ଷା ବର୍ଗ ସାମାନ୍ୟରେ ଓଡ଼ିଶା ପୂର୍ବର ୧୮ଟି ଜିଲ୍ଲା ଓ ୧ଟି ମହାନଗରରୁ ୩୦୬ଜଣ ପ୍ରଶିକ୍ଷାର୍ଥୀ ଭାଗ ନେଇଛନ୍ତି । ଏହି ବର୍ଗର ସର୍ବାଧିକାରୀ ଭାବେ ବିଶ୍ୱମ୍ବରନାଥ ପାଣି,ବର୍ଗ କାର୍ଯ୍ୟବାହ ଶରତ ଚନ୍ଦ୍ର ସେନ,ମୁଖ୍ୟଶିକ୍ଷକ ରାଜେଶ କୁମାର୍ର ଜେନା, ସହ-ମୁଖ୍ୟଶିକ୍ଷକ ବିରେନ୍ଦ୍ର କୁମାର ବେହେରା ଓ ସନ୍ଦିପ ସନ୍ତୋଷ ରାୟ, ବୌଦ୍ଧିକ ପ୍ରମୁଖ ସତ୍ୟ ରଞ୍ଜନ ମହାକୁଡ, ସହ-ବୌଦ୍ଧିକ ପ୍ରମୁଖ ଭଗବାନ ଦେହୁରୀ ଓ ଚିତ୍ତରଂଜନ ମହାପାତ୍ର, ସେବା ପ୍ରମୁଖ ଶାନ୍ତନୁ ମାଝି , ସଂପର୍କ ପ୍ରମୁଖ ସୁନୀଲ କୁମାର ଗୌଡ, ପ୍ରଚାର ପ୍ରମୁଖ କଶ୍ୟପ ମନୋରଂଜନ, ଘୋଷ ପ୍ରମୁଖ ରଂଜନ ନାୟକ, ବ୍ୟବସ୍ଥା ପ୍ରମୁଖ ଅନନ୍ତ କୁମାର ସାହୁ, ସହ-ବ୍ୟବସ୍ଥା ପ୍ରମୁଖ ଲକ୍ଷ୍ମୀଧର ପରିଡା,ପଯ୍ୟବେକ୍ଷକ କର୍ଣ୍ଣ ପ୍ରଧାନ ଏବଂ ବର୍ଗ ପାଳକ ଭାବେ ଅସିତ କୁମାର ସାହୁ ଦାୟିତ୍ୱ ନିର୍ବାହ କରୁଛନ୍ତି ।
ଏହି ଦୁଇଟି ସଂଘଶିକ୍ଷା ବର୍ଗ ମେ ୯ ତାରିଖ ଦିନ ଆରମ୍ଭ ହୋଇଛି ଏବଂ ମେ ୨୫ ତାରିଖ ଦିନ ଅପରାହ୍ନରେ ସମାରୋପ ହେବ । ୧୫ ବର୍ଷ ବୟସରୁ ୪୦ ବର୍ଷ ବୟସର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ସଂଘଶିକ୍ଷା ବର୍ଗ ସାମାନ୍ୟ ଓ ୪୦ ବର୍ଷ ବୟସରୁ ୬୫ ବର୍ଷର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ସଂଘ ଶିକ୍ଷାବର୍ଗ ବିଶେଷ ଅନୁଷ୍ଠିତ ହେଉଛି ।
ଏହି ପ୍ରଶିକ୍ଷଣ ବର୍ଗଗୁଡ଼ିକରେ ସାମାଜିକ ଜାଗରଣ ଏବଂ ସାମାଜିକ ପରିବର୍ତ୍ତନ ଉପରେ ପ୍ରଶିକ୍ଷଣ ଦିଆଯାଏ । ଏହି ବର୍ଗ ମାଧ୍ୟମରେ ପ୍ରାମାଣିକତା, ଦେଶଭକ୍ତି, ଅନୁଶାସନ ଏବଂ ସ୍ନେହ ଭାବନା ବିକଶିତ କରିବାର ସୁଯୋଗ ମିଳିଥାଏ ବୋଲି ଦୁଇଟି ବର୍ଗର ଉଦ୍ଘାଟନ ସମୟରେ ବକ୍ତାମାନେ ପ୍ରକାଶ କରିଛନ୍ତି ା ବିଶେଷ ବର୍ଗ ଉଦ୍ଘାଟନ ସମୟରେ ସଂଘର ପୂର୍ବକ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ ଓ ବର୍ଗର ସର୍ବାଧିକାରୀ ବେଲେଶ୍ୱର ସାହୁ ମଞ୍ଚାସୀନ ଥିବା ବେଳେ ସାମାନ୍ୟ ବର୍ଗ ଉଦ୍ଘାଟନ ସମୟରେ ସଂଘର ଓଡିଶା ପୂର୍ବ ପ୍ରାନ୍ତର ସହକାର୍ଯ୍ୟବାହ ଇଂ ସୁଦର୍ଶନ ଦାସ ଓ ବର୍ଗର ସର୍ବାଧିକାରୀ ବିଶ୍ୱମ୍ବରନାଥ ପାଣି ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ,କ୍ଷେତ୍ରୀୟ ଯୋଜନା ଅନୁସାରେ କାର୍ଯ୍ୟକର୍ତ୍ତା ବିକାଶ ବର୍ଗ ପ୍ରଥମ ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲ, ଶାସନ, ସମ୍ବଲପୁର ଠାରେ ଅନୁଷ୍ଠିତ ହେବ । ଏହି ବର୍ଗ ମେ ୧୭ ତାରିଖରୁ ଆରମ୍ଭ ହୋଇ ଜୁନ ୭ ତାରିଖରେ ସମାପନ ହେବ ।