ଭୁବନେଶ୍ୱର, ୧୧/୦୫: ରାଜ୍ୟରେ ଘରଗଣନାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି, ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇଗଲାଣି। କୋରାପୁଟରେ ୯୦%, କୋଟିଆରେ ଶତ ପ୍ରତିଶତ ଘରଗଣନା ଶେଷ ହୋଇଗଲାଣି।
ଆନ୍ଧ୍ର ବହୁତ ପଛରେ ରହିଛି, କେବଳ ହଟଚମଟ ପାଇଁ ପ୍ରୟାସ କରୁଛନ୍ତି। ଗଜପତି ଓ ବାଲେଶ୍ୱର ସୀମାନ୍ତବର୍ତ୍ତୀ ଜିଲ୍ଲାରେ ବି ଘରଗଣନା ସରିଛି। ଦେଶରେ ଜନଗଣନା ସଫଳତାରେ କରିବାରେ ଓଡ଼ିଶା ୧ ନମ୍ବର ହେବ।