‘୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ୧୦ ଲକ୍ଷ ନୂଆ ନିଯୁକ୍ତି, କୃଷି ଋଣ ଛାଡ଼’

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଆମ ଆଦମୀ ପାର୍ଟି ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିସାରିଛି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢିବ ବୋଲି ଘୋଷଣା କରିସାରିଛି । ଏବେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ବର୍ଷା କରିଛନ୍ତି । ଗୁଜରାଟବାସୀଙ୍କୁ ୮ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ‘ବିଜେପିର ଡବଲ ଇଞ୍ଜିନ ଧୋକାରୁ ରକ୍ଷା କରିବୁ, ରାଜ୍ୟରେ ପରିବର୍ତ୍ତନର ଉତ୍ସବ ମନାଇବୁ’ । ଏହାସହ ୫୦୦ ଟଙ୍କାରେ ସିଲିଣ୍ଡର, ଯୁବକଙ୍କୁ ୧୦ ଲକ୍ଷ ଚାକିରି, କୃଷକଙ୍କ ୩ ଲକ୍ଷ ଯାଏଁ ଋଣ ଛାଡ ନେଇ ଟ୍ୱିଟ୍‌ରେ ଘୋଷଣା କରିଛନ୍ତି । ଏହାସହ ଗୁଜରାଟର ଜନତାଙ୍କ ପାଇଁ ୮ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି ।