୨ ମାସ ପରେ ବେକାର ହୋଇଯିବ କୋଭାକ୍ସିନ ଟିକାର ୫କୋଟି ଡୋଜ୍

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ ଙ୍କ କୋଭିଡ-୧୯ ଭେକ୍ସିନର ପାଖାପାଖି ୫ କୋଟି ଡୋଜ ବଳି ପଡିଛି। ଏ ଗୁଡିକର ବ୍ୟବହାର ସମୟ ସୀମା(ଏକ୍ସପାଇରୀ ଡେଟ୍) ୨୦୨୩ ଜାନୁୟାରୀ ରେ ଶେଷ ହୋଇଯିବ। ଚାହିଦା କମ ଯୋଗୁ ଟିକାର କେହି କ୍ରେତା ମିଳୁ ନାହାନ୍ତି। ଚାହିଦା କମ ଥିବାରୁ ଏହି ୨ ଡୋଜ୍‌ କୋଭାକ୍ସିନ ଟିକାର ଉତ୍ପାଦନ ଚଳିବର୍ଷ ପ୍ରାରମ୍ଭରେ ରୋକି ଦିଆଯାଇଥିଲା। ତେବେ କମ୍ପାନୀ ୨୦୨୧ ଶେଷ ହେବା ପୂର୍ବରୁ ୧ ବିଲିୟନ ଡୋଜ ପ୍ରସ୍ତୁତ କରିଦେଇଥିଲା।

ସୂତ୍ର ଅନୁସାରେ ଭାରତ ବାୟୋଟେକଙ୍କ ନିକଟରେ ୨୦କୋଟିରୁ ଅଧିକ ଡୋଜ ରହିଛି। ତେବେ ଶିଶିରେ ୫ କୋଟିରୁ ଅଧିକ ଡୋଜ ଉପଯୋଗ ଲାଗି ପ୍ରସ୍ତୁତ ହୋଇ ରହିଛି।  ଟିକାର ଚାହିଦା ହ୍ରାସ ଯୋଗୁ ଚଳିବର୍ଷ ପ୍ରାରମ୍ଭରେ ୭ ମାସ ପୂର୍ବେ ଟିକାର ଉତ୍ପାଦନ ରୋକି ଦିଆଯାଇଥିଲା। ଶିଶିମାନଙ୍କରେ ଥିବା କୋଭାକ୍ସିନର ଡୋଜ ୨୦୨୩ ପ୍ରାରମ୍ଭରେ ଏକ୍ସପାୟର ହୋଇଯିବ। ତେବେ ଏହି ଟିକା ଖରାପ ହେବା ଯୋଗୁ ଭାରତ ବାୟୋଟେକର କେତେ କ୍ଷତି ହେବ ତାହା ଜଣାପଡି ନାହିଁ।