ଭୁବନେଶ୍ୱର, ୧୨/୦୫: ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ନିତିନ ନବୀନ। ଆସନ୍ତା ୧୮ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ରାଜ୍ୟ ମୁଖ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନିତିନ ନବୀନଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ।
କାର୍ଯ୍ୟକ୍ରମରେ ବୁଥ୍ ସ୍ତରୀୟ ପରିଚାଳନା, ଡିଜିଟାଲ୍ ଯୋଗାଯୋଗ ଏବଂ ଜନସାଧାରଣଙ୍କ ସହଭାଗିତା ଉପରେ ଆଲୋଚନା କରାଯିବ।
ବିଜେପି ମୁଖ୍ୟଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ମୁଖ୍ୟାଳୟରେ ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିବା ଏବଂ ଦଳର ସାଂଗଠନିକ ସଫଳତାକୁ ପ୍ରଦର୍ଶିତ କରିବା ପାଇଁ ସ୍ଥାନୀୟ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।