ରାଜଧାନୀରେ ନିଖୋଜ ନାବାଳିକାଙ୍କୁ ଖୋଜିବାକୁ ପୋଷ୍ଟର ମାରିଲା ପୋଲିସ

ପୁରସ୍କାର ରାଶି ଘୋଷଣା କଲା

ଭୁବନେଶ୍ୱର, ୧୨/୦୫: ରାଜଧାନୀରୁ ନିଖୋଜ ନାବାଳିକା। ନିଖୋଜ ନାବାଳିକାକୁ ଖୋଜିବା ଲାଗି ପୁରସ୍କାର ଘୋଷଣା କଲା ପୋଲିସ। ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କଲା କମିଶନରେଟ ପୋଲିସ। ନାବାଳିକାର ଫଟୋ ସହ ପୋଷ୍ଟର ମାରିଛି ପୋଲିସ୍।

ସୂଚନାଯୋଗ୍ୟ, ଭରତପୁର ଥାନା ଅଞ୍ଚଳରୁ ଜଣେ ନାବାଳିକା ନିଖୋଜ ଅଛନ୍ତି। ଗତ ମାର୍ଚ୍ଚ ୧୪ ତାରିଖରୁ ନାବାଳିକାଙ୍କ କୌଣସି ପତ୍ତା ମିଳୁନି। ନାବଳିକାଙ୍କ ନାଁ ଇପ୍‌ସିତା ଷଡଙ୍ଗୀ। ବୟସ ୧୭ ବର୍ଷ, ଉଚ୍ଚତା ୫ ଫୁଟ ୩ ଇଞ୍ଚ। ନାବାଳିକାଙ୍କ ନିଖୋଜ ନେଇ ଭରତପୁର ଥାନାରେ ମାମଲା ରୁଜୁ ହୋଇଛି।‌ ଖୋଜ୍‌ଖବର ନ ମିଳିବାରୁ ଶେଷରେ ପୋଷ୍ଟର ମାରିଲା ପୋଲିସ।‌