NEET- UG ପରୀକ୍ଷା ବାତିଲ ପରେ NTA ଡିଜିଙ୍କ ସ୍ପଷ୍ଟୀକରଣ
ଶୂନ୍ୟ ତ୍ରୁଟି ଲକ୍ଷ୍ୟରେ ସାନି ପରୀକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ
ନୂଆଦିଲ୍ଲୀ, ୧୨/୦୫: NEET- UG ପରୀକ୍ଷା ବାତିଲ ପରେ NTA ଡିଜି ଅଭିଷେକ ସିଂ ସ୍ପଷ୍ଟୀକରଣ ରଖିଛନ୍ତି। ଡିଜି କହିଛନ୍ତି, ଆସିଥିବା ଅଭିଯୋଗର ସତ୍ୟତା ଜଣାପଡ଼ିବା ପରେ ବାତିଲ କରାଯାଇଛି। ଆମେ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ କ୍ଷୋଭକୁ ଅନୁଭବ କରିପାରୁଛୁ।
ସ୍ବଚ୍ଛତା ନେଇ ପ୍ରତିଶ୍ରୁତି ରଖୁଛୁ, ନିଆଯାଇଥିବା ଫି ପରୀକ୍ଷାର୍ଥୀଙ୍କୁ ଫେରିବ। ୧୨୦ ପ୍ରଶ୍ନ କାହିଁକି, ଗୋଟିଏ ବି ମ୍ୟାଚ୍ କଲେ ପରୀକ୍ଷାର୍ଥୀ ପ୍ରଭାବିତ ହେବେ। ଯେପରି ୨୨ ଲକ୍ଷ ପରୀକ୍ଷାର୍ଥୀ ପ୍ରଭାବିତ ନ ହେବେ ତାହାକୁ ଗୁରୁତ୍ବ ଦେଉଛୁ।
୨୦୨୪ରେ ସୁପ୍ରିମକୋର୍ଟଙ୍କୁ ଦେଇଥିବା ସତ୍ୟପାଠ ପ୍ରସଙ୍ଗରେ ମତ ରଖି କହିଛନ୍ତି, ସେ ଯାହା ବି ହେଉ ଗୋଟିଏ ସେଣ୍ଟରରେ ତ୍ରୁଟି ବି ବରଦାସ୍ତ କରାଯିବ ନାହିଁ। ଏଥିପାଇଁ CBIକୁ ଦତନ୍ତ କରିବା ପାଇଁ ଦାୟିତ୍ବ ହସ୍ତାନ୍ତର କରାଯାଇଛି। କେତେ ସେଣ୍ଟରକୁ ପ୍ରଶ୍ନପତ୍ର ଲିକ୍ ବ୍ୟାପିଥିଲା CBI ତଦନ୍ତରେ ସ୍ପଷ୍ଟ ହେବ। ଶୂନ୍ୟ ତ୍ରୁଟି ଲକ୍ଷ୍ୟରେ ସାନି ପରୀକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।
ପରୀକ୍ଷାରେ ବିଳମ୍ବ କରାଯିବନି, ଏକାଡେମିକ ବର୍ଷ ବାଧାପ୍ରାପ୍ତ ହେବନି। ୭ରୁ ୧୦ ଦିନ ଭିତରେ ସାନି ପରୀକ୍ଷା ନେଇ ତାରିଖ ଘୋଷଣା କରାଯିବ। କାହାକୁ ଛଡ଼ାଯିବ ନାହିଁ, ଯେଉଁମାନେ ସମ୍ପୃକ୍ତ ସମସ୍ତେ ଜେଲ୍ ଯିବେ। ଯେପରି ଏହାର ପୁନରାବୃତ୍ତି ନ ଘଟିବ ତାହାକୁ ଗୁରୁତ୍ବ ଦେଉଛୁ।