ପୂର୍ବତନ ବିଜେଡ଼ି ବିଧାୟକଙ୍କ ପରଲୋକ

ଶୋକ ପ୍ରକାଶ କଲେ ନବୀନ

କଣ୍ଟାବାଞ୍ଜି, ୧୩/୦୫: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଆୟୁବ୍‌ ଖାନ୍‌ଙ୍କ ଦେହାନ୍ତ ହୋଇଛି। କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ଆୟୁବଙ୍କ ପୁଅ। ଦୀର୍ଘ ଦିନ‌ ଧରି ଅସୁସ୍ଥ ଥିଲେ ଆୟୁବ। ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ଆୟୁବ ୨୦୪ରୁ ୨୦୦୯ ଯାଏ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରୁ ୨୦୧୯ ଯାଏ ବିଜେଡିର ବିଧାୟକ ଥିଲେ। ତାଙ୍କ ବିୟୋଗ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି ଜଣେ ଦକ୍ଷ ନେତାଙ୍କୁ ଦଳ ହରାଇଲା ବୋଲି କହିଛନ୍ତି। ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।