ବାରାମତୀରେ ବିମାନ କ୍ରାସ

ଆକାଶରୁ ଖସିଲା ଘରୋଇ ବିମାନ

ବାରାମତୀ, ୧୩/୦୫: ମହାରାଷ୍ଟ୍ରର ବାରାମତୀରେ ଏକ ବଡ଼ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ ଏକ ଟ୍ରେନିଂ ବିମାନଟି ବାରାମତୀର ଗୋଜୁବାବି ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨ ସିଟ୍‌ ବିଶିଷ୍ଟ ରେଡ୍‌ ବାର୍ଡ ନାମକ ଏକ ଟ୍ରେନିଂ ଏୟାରକ୍ରାପ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଇଲଟଙ୍କ ସାହସ ଯୋଗୁଁ ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ।

ତେବେ ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାର କାରଣ ଜଣାପଡିନାହିଁ।