କେନ୍ଦ୍ରାପଡ଼ା, ୧୩/୦୫: ଛାତି ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୋଗୀ। ଚିକିତ୍ସାଳୟକୁ ଆସିଥିଲେ ଯନ୍ତ୍ରଣାରୁ ଲାଘବ ପାଇଁ। କିନ୍ତୁ ଫାର୍ମାସିଷ୍ଟ ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ। କରିଲୋପାଟଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ଛାତି ଯନ୍ତ୍ରଣା ହେଉଥିବାରୁ ହସ୍ପିଟାଲ ଯାଇଥିଲେ ବ୍ୟକ୍ତି ଜଣଙ୍କ। ଡାକ୍ତରଙ୍କ ସହ ପରାମର୍ଶ କରିବା ପୂର୍ବରୁ ଅପେକ୍ଷା କରି ବସିଥିବା ବେଳେ ପାଖରେ ଆଉ ଜଣେ କୁକୁର କାମୁଡା ଆକ୍ରାନ୍ତ ବସିଥିଲେ। ଦୁହେଁ ବେଞ୍ଚ୍ରେ ବସିଥିଲା ବେଳେ ଭୁଲବଶତଃ ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ। ଫାର୍ମାସିଷ୍ଟ ତ୍ରୁଟି କରିଥିବା ସ୍ବୀକାର କଲେ କରିଲୋପାଟଣା ଡାକ୍ତର।