ଭୁବନେଶ୍ୱର, ୧୪/୦୫: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ/ଡିଜେଲ୍ର ଅଭାବ ଦେଖାଦେଇଛି। ଯେଉଁ ପମ୍ପ୍ରେ ତେଲ ମିଳୁଛି ସେଠି ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଆବଶ୍ୟକୀୟ ପରିମାଣ ତେଲ ମିଳୁ ନଥିବା ଅଭିଯୋଗ ହେଉଛି।
ଗ୍ରାମାଞ୍ଚଳର କେତେକ ଟାଙ୍କିରେ ତେଲ ନ ଥିବାରୁ ସମସ୍ୟା ଭୋଗୁଛନ୍ତି ଲୋକେ। କେନ୍ଦୁଝର, ଭଦ୍ରକ, ସୋର, ତେଲକୋଇ, ବଲାଙ୍ଗିର, ଯାଜପୁର, ଭଞ୍ଜନଗର, ରାଉରକେଲା, ନୀଳଗିରି, ପାରାଦୀପରେ ତେଲ ଅଭାବ ଦେଖାଦେଉଛି।
ଏପରିକି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଅଭାବ ଦେଖାଦେଉଛି। କେତେକ ପେଟ୍ରୋଲ ପମ୍ପରେ ତେଲ ମିଳୁନଥିବା ବେଳେ ଯେଉଁଠି ମିଳୁଛି ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି।