ଯମଦୂତ ସାଜି ଲୋକଙ୍କ ଜୀବନ ନେଉଛି କ୍ୟାନ୍ସର

ଘାତକ ହେଉଛି ନିଶା ଓ ମାଦକ ଦ୍ରବ୍ୟ ସେବନ। ହୁ ହୁ ହୋଇ ବଢ଼ି ଚାଲିଛି କର୍କଟ ରୋଗୀଙ୍କ ସଂଖ୍ୟା। ସାରା ବିଶ୍ୱକୁ କବଳିତ କଲାଣି ଏହି ଦୂରାରୋଗ୍ୟ ବ୍ୟାଧି। ଯାହାକୁ ନେଇ ଏବେ ଚିନ୍ତାର ବିଷୟ ପାଲଟିଛି। କର୍କଟ ହେଉଛି ଦ୍ୱିତୀୟ ମାରାତ୍ମକ ରୋଗ ଯାହା ଲୋକଙ୍କ ପାଇଁ ଜମ ଦୂତ ହୋଇ ଆସିଥାଏ। କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍‌ ନଭେମ୍ବର ୭କୁ ଜାତୀୟ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଏ।

ପରିସଂଖ୍ୟାନ ଅନୁସାରେ, ଆମ ଦେଶରେ ପ୍ରତିବର୍ଷ ୧୧ ଲକ୍ଷ ନୂଆ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ୫୦ ରୁ ୭୦% ରୋଗୀ ୩ୟ ଓ ୪ର୍ଥ ପର୍ଯ୍ୟାୟରେ ମେଡିକାଲ ଆସିଥାନ୍ତି। ଯାହାକି ଚିନ୍ତାଜନକ ବିଷୟ। ସଚେତନତା ସୃଷ୍ଟି ହୋଇପାରିଲେ  ଭାରତରେ ୭୦% କ୍ୟାନ୍ସର ରୋଗୀ ପ୍ରାଥମିକ ପର୍ଯ୍ୟାୟରେ ଆରୋଗ୍ୟ ହୋଇପାରିବେ।

ଭାରତରେ ୪୦% ତମାଖୁ, ୨୦% ସଂକ୍ରମଣ ଓ ୧୦% ଅନ୍ୟ କାରଣ ଯୋଗୁ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥାନ୍ତି। ସେମାନଙ୍କ ମଧ୍ୟରେ ମୁଖଗହ୍ୱର, ମହିଳା ମାନଙ୍କ ଠାରେ ଜରାୟୁ ଓ ସ୍ତନ କର୍କଟ ରୋଗ ଅଧିକ ମାତ୍ରାରେ ଦେଖା ଦେଇଥାଏ। ଭାରତରେ ପ୍ରତି ୮ ଜଣ ମହିଳାଙ୍କ ମଧ୍ୟରେ ଜଣେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।